Breaking PLUSଦେଶମୁଖ୍ୟ ଖବର
ମୁଖତାର ଅନସାରୀ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବାନ୍ଦା ଡିଏମ୍। ସୂଚନା ଅନୁଯାୟୀ ଡିଏମଙ୍କ ନିର୍ଦ୍ଦେଶ ପରେ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ମୁଖତାରଙ୍କ ମୃତ୍ୟୁ ଘଟଣା ତଦନ୍ତ କରି ରିପୋର୍ଟ ଦେବେ। ଗୁରୁବାର ସନ୍ଧ୍ୟାରେ ମୁଖତାରଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ମୁଖତାରଙ୍କ ଖାଦ୍ୟରେ ବିଷ ଦିଆଯାଉଥିବା ତାଙ୍କ ପୁଅ ଓମାର ଅନସାରୀ ଅଭିଯୋଗ କରିଛନ୍ତି। ହେଲେ ଜେଲ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଅନସାରୀଙ୍କୁ ଖାଦ୍ୟ ଦେବା ପୂର୍ବରୁ ଡେପୁଟି ଜେଲର ଏହାକୁ ଚାଖୁଥିଲେ। ଏହାସହିତ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଯାଞ୍ଚ କରାଯାଏ।