ଜୀବନଚର୍ଯ୍ୟାଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର
୧୦ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଓଡ଼ିଆ ‘ର’ ଅଫିସର୍

ନୂଆଦିଲ୍ଲୀ: ଆତ୍ମହତ୍ୟା କଲେ ଜାତୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସି ୱିଙ୍ଗର ଜଣେ ଓଡ଼ିଆ ଅଫିସର୍। ଦିଲ୍ଲୀ ଲୋଧି କଲୋନୀ ସ୍ଥିତ ‘ର’ ଅଫିସ ମୁଖ୍ୟାଳୟର ୧୦ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ସୂଚନାମିଳିଛି। ତେବେ କାହିଁକି ସେ ଆତ୍ମହତ୍ୟା କଲେ ତା’ର କାରଣ ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁସାରେ, ‘ର’ ଅଫିସରଙ୍କ ନାଁ ଅନିକେତ କୁମାର । ସେ କଟକର ବାସିନ୍ଦା। ସୋମବାର ସକାଳେ ସେ ୧୦ ମହଲା ଉପରେ ଥିବା ତାଙ୍କ ଅଫିସରେ ପହଞ୍ଚିବା ପରେ ଝରକାରୁ ଡେଇଁ ପଡିଥଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ତାଙ୍କ ମୃତଦେହର ପୋଷ୍ଟମର୍ଟମ କରାଯିବ।
ଦିଲ୍ଲୀ ପୁଲିସର ସୂଚନା ଅନୁସାରେ, ଗତ କିଛି ଦିନ ହେବ ପାରିବାରିକ କାରଣ ଯୋଗୁଁ ସେ ମାନସିକ ଯନ୍ତ୍ରଣାରେ ଥିଲେ। ତେବେ ଅନିକେତ ଏଭଳି କାହିଁକି କଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ ପୁଲିସ ଏହାର ତଦନ୍ତ ଜାରି ରଖିଛି।