ଓଡ଼ିଶାସ୍ୱାସ୍ଥ୍ୟ

ମାଥିଲି ବ୍ଲକ ହଳଦୀକୁଣ୍ଡରେ ଅଜଣା ରୋଗ ନେଉଛି ମହାମାରୀ ରୂପ,୧୦ ଟପିଲାଣି ମୃତ୍ୟୁ ସଂଖ୍ୟା

ମାଥିଲି ବ୍ଲକ ହଳଦୀକୁଣ୍ଡରେ ଅଜଣା ରୋଗ ନେଉଛି ମହାମାରୀ ରୂପ । ଟକଲିଗୁଡ଼ା,ବାମନଗୁଡ଼ା ଗାଁରେ ମଧ୍ୟ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି ଗାଁଲୋକ । ସପ୍ତାହ ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୦ ଟପିଥିବାବେଳେ ଗାଁରେ ପାଖାପାଖି ୧୫ ଜଣ ଆକ୍ରାନ୍ତ ରହିଛନ୍ତି । ଏହି ରୋଗରେ ହଠାତ୍ ଗୋଡ଼ ହାତ ଫୁଲିଯିବା ସହ ଜ୍ୱର ହୋଇ ରୋଗୀର ମୃତ୍ୟ ଘଟୁଛି । ଫଳରେ ଏହି ରୋଗ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି ।

ଅନ୍ୟପଟେ ଗ୍ରାମବାସୀମାନେ ଡାକ୍ତରଖାନା ନଯାଇ ଗୁଣିଆ ପାଖରେ ଝଡ଼ାଫୁଙ୍ଖାରେ ବିଶ୍ୱାସ କରି ଆଶ୍ରୟ ନେଉଛନ୍ତି । ତେଣୁ ପ୍ରାଥମିକ ଭାବେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା ଆରମ୍ଭ କରିଥିବାବେଳେ ୪ଜଣଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ନେବାରେ ସଫଳ ହୋଇଛି ।

Show More

Related Articles

Back to top button