ଓଡ଼ିଶାଦେଶବ୍ୟକ୍ତିତ୍ୱଶିକ୍ଷାସ୍ୱତନ୍ତ୍ର

ଗୋଟିଏ ବର୍ଷର ପ୍ରସ୍ତୁତିରେ IAS ଅଧିକାରୀ ହେଲେ ୨୨ ବର୍ଷୀୟ ଅନନ୍ୟା ସିଂ

ପ୍ରଥମ ପ୍ରୟାସ,ପ୍ରଥମ ସଫଳତା

ଲକ୍ଷ୍ନୌ : ଦେଶର ସବୁଠୁ କଠିନ ପରୀକ୍ଷା ହେଉଛି ସିଭିଲ୍‌ ସର୍ଭିସ୍ । ଏଥିରେ ସଫଳ ହେବାକୁ ହେଲେ ଦୀର୍ଘ ସମୟ ଧରି ପ୍ରସ୍ତୁତ ହେବାକୁ ପଡିଥାଏ । ପ୍ରତିବର୍ଷ ଲକ୍ଷ ଲକ୍ଷ ପିଲା UPSC ପରୀକ୍ଷା ଦିଅନ୍ତି। କଠିନ ପରିଶ୍ରମ ଏବଂ ନିଷ୍ଠାର ସହ ପରୀକ୍ଷାରେ ଉତ୍ତୀର୍ଣ୍ଣ ବି ହୁଅନ୍ତି ଅନେକ । କିନ୍ତୁ ଏପରି ଅନେକ ପରୀକ୍ଷାର୍ଥୀ ଅଛନ୍ତି ଯେଉଁମାନେ ପ୍ରଥମ ପ୍ରୟାସରେ ହିଁ IASରେ କ୍ରାକ୍‌ ବନି ଯାଇଛନ୍ତି । ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରୟାରାଜର ଅନନ୍ୟା ସିଂ। ସେ ଏହି ପରୀକ୍ଷାରେ ଉତ୍ତିର୍ଣ୍ଣ ହେବାକୁ ମାତ୍ର ଗୋଟିଏ ବର୍ଷ ପ୍ରସ୍ତୁତ କରିଥିଲେ , ଆଉ ପ୍ରଥମ ପ୍ରୟାସରେ ହିଁ  ସଫଳତାର ଶାର୍ଷରେ ପହଞ୍ଚିଥିଲେ ।

ପିଲାଟିଦିନରୁ ପାଠ ପଢ଼ାରେ ଖୁବ୍‌ ଭଲ ଥିଲେ ଅନନ୍ୟା । ପ୍ରଥମେ ଅନନ୍ୟା ସିଂହ ପ୍ରୟାଗରାଜରୁ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ଏହାପରେ ପ୍ରୟାଗରାଜର ସେଣ୍ଟମେରି କନଭେଣ୍ଟ ସ୍କୁଲ ଛାତ୍ରୀ ଥିଲେ। ଦଶମରେ ୯୬ ପ୍ରତିଶତ ମାର୍କ ଏବଂ ଦ୍ୱାଦଶ ପରୀକ୍ଷାରେ ୯୮.୨୫ ପ୍ରତିଶତ ମାର୍କ ରଖିଥିଲେ । ପରେ ଉଚ୍ଛଶିକ୍ଷା ପାଇଁ ଦିଲ୍ଲୀର ଶ୍ରୀ ରାମ କଲେଜ ଅଫ୍ କମର୍ସରେ ନାମ ଲେଖାଇଥିଲେ ଅନନ୍ୟା। ସେଠାରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଆଉ ସେଇଠୁ ଆରମ୍ଭ ହୋଇଯାଇଥିଲା IAS ହେବାର ଯାତ୍ରା। ପିଲାଦିନରୁ ଅନନ୍ୟା IAS ହେବାକୁ ସ୍ୱପ୍ନ ଦେଖିଥିଲେ । ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସ୍ନାତକୋତ୍ତରର ଶେଷ ବର୍ଷରେ ଅନନ୍ୟା UPSC ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ । IAS ହେବାର ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରତିଦିନ ୭ରୁ ୮ ଘଣ୍ଟା ପାଠ ପଢ଼ୁଥିଲେ ସେ। ୟୁପିଏସି  ପାଇଁ ଖୁବ୍‌ ପରିଶ୍ରମ ମଧ୍ୟ କରିଥିଲେ। ପରେ ତାଙ୍କ ଭାଗ୍ୟ ଓ ପରିଶ୍ରମ ତାଙ୍କୁ ସାଥ୍ ଦେଇଥିଲା। ଗୋଟିଏ ବର୍ଷ ପ୍ରସ୍ତୁତିରେ UPSC କ୍ରାକ୍‌ କରିଥିଲେ ଅନନ୍ୟା। ୨୦୧୯, UPSC ପରୀକ୍ଷାରେ ଅଲ ଇଣ୍ଡିଆ ୫୧ ରାଙ୍କ ହାସଲ କରିଥିଲେ ଅନନ୍ୟା। ମାତ୍ର ୨୨ ବର୍ଷ ବୟସରେ ହୋଇଥିଲେ IAS।

Show More

Related Articles

Back to top button