ଓଡ଼ିଶାଶିକ୍ଷା

ପୁଣି ରାଜ୍ୟ ସରକାରଙ୍କ ବଡ ଘୋଷଣା,୮ହଜାର ନୂଆ କମ୍ପ୍ୟୁଟର ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

ପୁଣି ଏକ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗତ ୨ଦିନ ତଳେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ ଘୋଷଣା କରିଥିବାବେଳେ ବର୍ତ୍ତମାନ ରାଜ୍ୟରେ ୮ ହଜାର ନୂଆ କମ୍ପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ନେଇ ଏକ ବଡ ଘୋଷଣା କରିଛନ୍ତି । ତେବେ ପ୍ରାଥମିକ ପର୍ଯ୍ୟାୟୟରେ ଏହି କମ୍ପ୍ୟୁଟର ଶିକ୍ଷକଙ୍କୁ ରୂପାନ୍ତରିତ ହାଇସ୍କୁଲମାନଙ୍କରେ ନିଯୁକ୍ତି ଦିଆଯିବ । ଏନେଇ ବିଭାଗୀୟ ସ୍ତରରେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି ।

ଚଳିତ ଶିକ୍ଷାବର୍ଷରେ କମ୍ପ୍ୟୁଟର ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯିବ । ରୂପାନ୍ତରିତ ସ୍କୁଲମାନଙ୍କରେ ଡିଜିଟାଲ ପ୍ରକ୍ରିୟାରେ ପିଲାଙ୍କୁ ପାଠ ପଢ଼ାଯିବ ।ଛାତ୍ରଛାତ୍ରୀଙ୍କର ଗୁଣାତ୍ମକ ଶୈକ୍ଷିକ ଭିତ୍ତିଭୂମିର ବିକାଶ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ପିଲାମାନେ କଳାପଟା ବଦଳରେ ପ୍ରୋଜେକ୍ଟର ଓ ଇ-କଣ୍ଟେଣ୍ଟ ଦ୍ୱାରା ଶିକ୍ଷା ଗ୍ରହଣ କରୁଛନ୍ତି । ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସ ରୁମରେ ପଢ଼ିବା ସହିତ ରୋଟିକ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଅତ୍ୟାଧୁନିକ ଜ୍ଞାନ ଆହରଣ ନେଇ ବ୍ୟବସ୍ଥା କରାଯାଇଛି ।ସ୍ମାର୍ଟ କ୍ଲାସରୁମ୍, ଡିଜିଟାଲ ଲାଇବ୍ରେରୀ ଆଦି ପରିଚାଳନା କରିବା ପାଇଁ କମ୍ପ୍ୟୁଟର ଜ୍ଞାନ ନିହାତି ଜରୁରୀ । ତେଣୁ କମ୍ପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ଦେବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଶିକ୍ଷକମାନେ ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତି ପାଇବେ ।

Show More

Related Articles

Back to top button