ପୁଣି ଦେଶରେ କରୋନାର ଭୟ
ଗତ 24 ଘଣ୍ଟା ମଧ୍ୟରେ 2,183 ଟି ନୂତନ କୋଭିଡ୍ ମାମଲା ରେକର୍ଡ କରାଯାଇଛି ।
ଦେଶରେ ପୁଣି କରୋନା ସଂକ୍ରମଣ ମାମଲାରେ ଏକ ବଡ ଜମ୍ପ୍ । ଗତ 24 ଘଣ୍ଟା ମଧ୍ୟରେ 2,183 ଟି ନୂତନ କୋଭିଡ୍ ମାମଲା ରେକର୍ଡ କରାଯାଇଛି । ଗତକାଲିର 1,150 ଟି ମାମଲା ତୁଳନାରେ ଏହା 89.8 ପ୍ରତିଶତ । ଦିଲ୍ଲୀ-ଏନସିଆରରେ ଦୈନିକ କୋଭିଡ ମାମଲାରେ ହଠାତ୍ ବୃଦ୍ଧି ଦେଖି ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ସତର୍କ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଲକ୍ଷ୍ନୌରେ ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ, ଓ ଟୀକାକରଣ ଅଭିଯାନକୁ ଜୋରଦାର କରାଯାଇଛି । ଏକ ରିପୋର୍ଟ ଅନୁଯାୟୀ, ଆଗ୍ରା ଏକ୍ସପ୍ରେସ ୱେ, ରେଳ ଷ୍ଟେସନ, ବସ ଷ୍ଟେସନ, ବିମାନବନ୍ଦର ଏବଂ ଲକ୍ଷ୍ନୌ ଟୋଲ୍ ପ୍ଲାଜା ଗୁଡିକରେ କେଭିଡ ଟେଷ୍ଟିଂ ଟିମ୍ ନିୟୋଜିତ କରାଯାଇଛି । ଏଣିକି ଆଗ୍ରା ଏକ୍ସପ୍ରେସ ୱେ ଦେଇ ଲକ୍ଷ୍ନୌକୁ ଆସୁଥିବା ଲୋକଙ୍କୁ ଆଗ୍ରା ଟୋଲ ପ୍ଲାଜାରେ କୋଭିଡ୍ ପରୀକ୍ଷା କରିବାକୁ ପଡିବ । ଏହାସହ 12 ରୁ 14 ବର୍ଷ ଗ୍ରୁପ୍ ଏବଂ 18 ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଟୀକା ଦିଆଯାଇଛି କି ନାହିଁ ତାହାର ମଧ୍ୟ ତଦାରଖ କରାଯାଉଛି । ଅନ୍ୟପଟେ କେରଳରେ ଗତ 24 ଘଣ୍ଟାରେ 214 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ଏପ୍ରିଲ 13 ରୁ 16 ମଧ୍ୟରେ 150 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ପୁଣି ଲୋକେ ଆତଙ୍କିତ ହେଲେଣି ।