ପୁଣି ବଢିଲା କ୍ଷୀର ଦର । ୨ଟଙ୍କା ଲେଖାଏଁ ବଢିଲା ଅମୁଲ ଓ ମଦର ଡାଏରୀ କ୍ଷୀର । ଆସନ୍ତା କାଲିଠୁ ଏହି ନୂଆ ଦର ଲାଗୁ ହେବ । ମାର୍ଚ୍ଚ ପୂର୍ବରୁ ଏହାର ମୂଲ୍ୟ ବୃଦ୍ଧି କରାଯାଇଥିଲା । ସେହିପରି ଗତ ମାସରେ କ୍ଷୀର ଜାତୀୟ ସାମଗ୍ରୀ ଉପରେ ସରକାର ଜିଏସଟି ଲଗାଇବା ପରେ ଏହାର ପ୍ରଭାବ ପଡୁଛି । ତେବେ ଏହି ବର୍ଦ୍ଧିତ ମୂଲ୍ୟ ଗୁଜରାଟ ସହ ସମଗ୍ର ଭାରତରେ ଲାଗୁ ହେବ ବୋଲି ଜଣାପଡ଼ିଛି । ଏନେଇ ଘୋଷଣା କରିଛନ୍ତି ଗୁଜରାଟ କୋଅପରେଟିଭ ମିଲ୍କ ମାର୍କେଟିଙ୍ଗ୍ ଫେଡେରେସନ (GCMMF) ।
ଅମୁଲ ପକ୍ଷରୁ ମିଳିଥିବା ଏକ ବୟାନ ଅନୁସାରେ , କ୍ଷୀରର ଅପରେସନ୍ ଓ ପ୍ରଡକ୍ସ୍ର ସମସ୍ତ ଦର ବଢ଼ିଛି। ପଶୁ ଚାରାର ଦାମ୍ ହିଁ ଗତ ବର୍ଷ ତୁଳନାରେ ୨୦ ପ୍ରତିଶତ ବୃଦ୍ଧି ପାଇଛି। ଏଣୁ ବାଧ୍ୟ ହୋଇ ଅମୁଲ ଓ ମଦର ଡାଏରୀର ସମସ୍ତ ପ୍ରକାରର ଦୁଗ୍ଧ ଉତ୍ପାଦର ଦର ବଢ଼ାଯାଇଛି । ଗୋଲ୍ଡ, ଟୋନ୍ଡ, ଡବଲ ଟୋନ୍ଡ, ଫୁଲ କ୍ରିମ୍ରୁ ଆରମ୍ଭ କରି ଗାଈ କ୍ଷୀରର ଦାମ୍ ବୃଦ୍ଧି ହୋଇଛି।
ଲାଗୁ ହୋଇଥିବା ନୂଆ ଦର ଅନୂଯାୟୀ , ଏବେ ୫୦୦ ଏମଏଲ ଅମୂଲ ଗୋଲ୍ଡ ବଢ଼ି ୩୧ ଟଙ୍କା ହୋଇଯିବ । ୫୦୦ ଏମଏଲ ଅମୂଲ ତାଜାର ରେଟ୍ ବଢି଼ ୨୫ ଟଙ୍କା ଏବଂ ୫୦୦ ଏମଏଲ ଅମୂଲ ଶକ୍ତି ପ୍ୟାକେଟ୍ ୨୮ ଟଙ୍କାରେ ମିଳିବ ।