ଦେଶ ବିଦେଶସ୍ୱତନ୍ତ୍ର

ପୁଣି ପେଟ୍ରୋଲ ଦରରେ ବୃଦ୍ଧି,୫୦ ପ୍ରତିଶତ ହେଲା ମହଙ୍ଗା

ପୁଣି ପେଟ୍ରୋଲ ଦରରେ ବୃଦ୍ଧି । ୫୦ ପ୍ରତିଶତ ହେଲା ମହଙ୍ଗା । ଋଷ ଏବଂ ଯୁକ୍ରେନ ଯୁଦ୍ଧ ପରଠାରୁ ସମସ୍ତ ଖାଦ୍ୟପେୟଠାରୁ ଆରମ୍ଭ କରି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବଢିବାରେ ଲାଗିଛି । ଏହା ମଧ୍ୟରେ ପୁଣି ପେଟ୍ରୋଲ ଦର ବୃଦ୍ଧି ବେଡି ଉପରେ କୋରଡା ମାଡ ସଦୃଶ ।

ତେବେ ଏହି ଦରବୃଦ୍ଧି ଭାରତରେ ନୁହେଁ ବରଂ ପଡୋଶୀ ରାଷ୍ଟ୍ର ବାଂଲାଦେଶରେ ହୋଇଥିବା ଜଣାଯାଇଛି ।

ଖବର ଅନୁଯାୟୀ, ସରକାରଙ୍କର ଏହି ପଦକ୍ଷେପ ଏହା ଉପରେ ସବସିଡି ମଧ୍ୟ ହ୍ରାସ କରାଯଇଛି । ଏହାସହିତ ବିଜୁଳି, ଶକ୍ତି ଏବଂ ଖଣିଜ ସମ୍ପଦ ସନ୍ତ୍ରାଳୟର ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୩୦ ଟଭ୍କାକୁ ବୃଦ୍ଧି ପାଇଛି । ଏଥିରେ ମୋଟ ୫୧.୭% ଅର୍ଥାତ୍ ୪୪ ଟଙ୍କା ବୃଦ୍ଧି ଘଟିଛି । ଏଣିକି ଏକ ଲିଟର ଅକ୍ଟେନର ଦାମ୍ ୧୩୫ ଟଙ୍କାରେ ପହଞ୍ଚିଛି ।

 

Show More

Related Articles

Back to top button