ରାଜ୍ୟରେ ଆଜି ପୁଣି ସଂକ୍ରମଣ ବୃଦ୍ଧି ପାଇଛି । ୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୮୬ ଜଣ କରୋନା ପଜିଟିଭ୍ ଚିହ୍ନଟ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୭ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୧୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏନେଇ ଟ୍ଵିଟ୍ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ।
୨୬ ଜିଲ୍ଲାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କଟକରୁ ୬୬ ଜଣ, ଖୋର୍ଦ୍ଧାରୁ ୫୧ ଜଣ, ସୁନ୍ଦରଗଡ଼ରୁ ୩୯ ଜଣ, ସମ୍ବଲପୁରରୁ ୧୮ ଜଣ, କଳାହାଣ୍ଡିରୁ ୧୪ ଜଣ, ବଲାଙ୍ଗୀରରୁ ୧୨ ଜଣ, ନବରଙ୍ଗପୁରରୁ ୯ ଜଣ, ସୋନପୁରରୁ ୮ ଜଣ, ବାଲେଶ୍ବର, ବରଗଡ଼, ଗଞ୍ଜାମ,କୋରାପୁଟ, ମୟୂରଭଞ୍ଜ ଓ ନୟାଗଡ଼ ଜିଲ୍ଲାରୁ ୫ ଜଣ ଲେଖାଁଏ, ଜଗତସିଂହପୁର ଓ ନୂଆପଡ଼ା ଜିଲ୍ଲାରୁ ୪ ଜଣ ଲେଖାଁଏ, କନ୍ଧମାଳ ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଁଏ,ଅନୁଗୁଳ, ଦେବଗଡ଼, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଁଏ, ଭଦ୍ରକ ଓ ବୌଦ୍ଧ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍ରୁ ୧୧ ଜଣ ଆକ୍ରାନ୍ତ ରହିଛନ୍ତି।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୧୧୩୯ କୁ ବୃଦ୍ଧି ପାଇଛି ।