
ପୁଣି ହ୍ବାଟ୍ସଆପ୍ ଲଞ୍ଚ୍ କଲା ନୂଆ ଫିଚର । ବ୍ୟବହାରକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରାୟତଃ ହ୍ବାଟ୍ସଆପ୍ ଏଭଳି ନୂଆ ନୂଆ ଫିଚର ଆଣିଥାଏ । ଏବେ ହ୍ବାଟ୍ସଆପ୍ ଏଭଳି ଏକ ନୂଆ ଫିଚର ଆଣିଛି। ଯାହା ୟୁଜର୍ସଙ୍କ ପାଇଁ ବେଶ୍ ସହାୟକ ହେବ। ଏହି ଫିଚର ଖୁବ୍ ସାହାଯ୍ୟକାରୀ ହେବ। ପ୍ରକୃତରେ ହ୍ବାଟ୍ସଆପ୍ ‘ ମେସେଜ୍ ୟୋରସେଲ୍ଫ’ ନାମକ ଏକ ଫିଚର ଲଞ୍ଚ କରିଛି।
କମ୍ପାନୀର ସୂଚନା ଅନୁଯାୟୀ, ଏହି ଫିଚର ଦ୍ବାରା ଆପଣ ନିଜକୁ ମଧ୍ୟ କୌଣସି ଚାଟ୍ ପଠାଇପାରିବେ। ଏହା ଫିଚର ନୋଟ୍ସ ପରି କାମ କରିବ। ଆପଣ କୌଣସି ମେସେଜ୍ ମଲ୍ଟିମିଡିଆ ଫାଇଲ୍କୁ ନିଜକୁ ପଠାଇପାରିବେ। ଏହି ଫିଚର ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ ପ୍ଲାଟଫର୍ମ ପାଇଁ ଉପଲବ୍ଧ।