
ଆଣ୍ଡାମାନ ଦୀପ ଅଞ୍ଚଳରେ ଆଜି ରାତ୍ରୀ ୧.୪୪ ମିନିଟ୍ ସମୟରେ ଭୂକମ୍ପ ଝଟ୍କା ଅନୁଭୂତ ହେଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୨ ରହିଥିବା ଜଣାପଡ଼ିଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏନେଇ ସୂଚନା ଦେଇଛି । ବର୍ତ୍ତମାନ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପ ପୁଞ୍ଜରେ କରୋନା ଏକ ପ୍ରକାର କମିଛି ।ଏଥି ସହିତ, ୭ ଜୁଲାଇରେ ଆସାମର ଗୋଲପାରାଠାରେ ବୁଧବାର ସକାଳ ୮.୪୫ ରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ବା ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହାର ତୀବ୍ରତାକୁ ରିକ୍ଟର ସ୍କେଲରେ ୫.୩ ଦେଇଛି। ମେଘାଳୟ ଏବଂ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି।
ବୁଧବାର ସକାଳ ପ୍ରାୟ ୮.୪୫ରେ ମେଘାଳୟରେ ୫.୨ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଘଟିଥିଲା। ଦାର୍ଜିଲିଂ ଏବଂ କୁଚ ବିହାରା ସମେତ ଉତ୍ତର ବଙ୍ଗର କିଛି ଅଂଶରେ କମ୍ପନ ଅନୁଭୂତ ହୋଇଥିଲା।ସୂଚନାନୁସାରେ, କେନ୍ଦ୍ର ଶାସିତ ଅଞ୍ଚଳରେ କୋଭିଡ୍ -୧୯ରେ ୭,୪୯୨ ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୧୧ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ୭୩୫୨ ଜଣ ଲୋକ ଏଥିରୁ ସୁସ୍ଥ ହୋଇଛନ୍ତି ଏବଂ ୧୨୯ ଜଣ ଲୋକଙ୍କର ଏଥିରେ ମୃତ୍ୟୁ ହୋଇଛି। ପ୍ରଶାସନ ଏପର୍ଯ୍ୟନ୍ତ କୋଭିଡ-୧୯ ପାଇଁ ୪.୧୮ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରିଛି । ଯେଉଁଥିରେ ସଂକ୍ରମଣ ହାର ୧.୭୯ ପ୍ରତିଶତ ରେକର୍ଡ କରାଯାଇଛି। ଏପର୍ଯ୍ୟନ୍ତ ୨.୨୫ ଲକ୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି ।