Breaking PLUSଦେଶମୁଖ୍ୟ ଖବର

ରସାୟନିକ କାରଖାନାରେ ବିସ୍ଫୋରଣ, 18 ଗୁରୁତର

ଆନ୍ଧ୍ରପ୍ରଦେଶର ଆନାକାପାଲ୍ଲୀ ଜିଲା ଅନ୍ତର୍ଗତ ରାମ୍ବିଲି ମଣ୍ଡଳର ସ୍ଵତନ୍ତ୍ର ଅର୍ଥନୈତିକ ଅଞ୍ଚଳରେ ଥିବା ଏସେନସିଆ ରସାୟନିକ କାରଖାନାରେ ବୁଧବାର ବିସ୍ଫୋରଣ ଘଟିଛି। ଏଥିରେ ୧୮ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ଏନଟିଆର ଡାକ୍ତରଖାନା ଏବଂ ଅନ୍ୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା ତାହା ଜଣାପଡ଼ିନାହିଁ। ଆନ୍ଧ୍ରପ୍ରଦେଶ ଗୃହମନ୍ତ୍ରୀ ଭାଙ୍ଗାଲପୁଡି ଅନିତା ଘଟଣା ବିଷୟରେ ଜାଣିବା ପରେ ଜିଲାପାଳ ଏବଂ ଏସପିଙ୍କୁ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ ସହିତ ଆହତ ଶ୍ରମିକଙ୍କୁ କିପରି ଉତ୍ତମ ଚିକିତ୍ସା ମିଳିପାରିବ ତାହାର ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଛନ୍ତି।

Show More

Related Articles

Back to top button