ଦେଶରାଜନୀତିସ୍ୱତନ୍ତ୍ର

କର୍ଣ୍ଣାଟକରେ ପୁଣି ଜଣେ ବିଜେପି ନେତାଙ୍କୁ ହତ୍ୟା

କର୍ଣ୍ଣାଟକରେ ପୁଣି ଜଣେ ବିଜେପି ନେତାଙ୍କୁ ହତ୍ୟା । ଗତ ମଙ୍ଗଳବାର ଦିନ କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାର ବିଜେପି ନେତା ପ୍ରବୀଣ ନେଟାରୁଙ୍କୁ କେହି କୁରାଢ଼ୀରେ ହାଣି ହତ୍ୟା କରିଛନ୍ତି । ତେବେ ଘଟଣା ଘଟିବା ପରେ ବିଜେପି କର୍ମୀମାନେ ଏକଜୁଟ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଉକ୍ତ ଘଟଣାରେ ପୋଲିସ୍ କାହାକୁ ଗିରଫ କରିନାହିଁ।

ମୁଖ୍ୟମନ୍ତ୍ରୀ ବାସଭରାଜ ବୋମଇ କହିଛନ୍ତି ଯେ , ଆମ ଦଳର କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ଅତ୍ୟନ୍ତ ନିନ୍ଦନୀୟ ଘଟଣା ଅଟେ । ଏହି ପ୍ରକାର ଘୃଣ୍ୟ କାର୍ଯ୍ୟ କରିଥିବା ଅପରାଧୀମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯାଇ ଆଇନ ଅନୁସାରେ ଦଣ୍ଡିତ ହେବେ ।

ସୂଚନା ମୁତାବକ, ଦକ୍ଷିଣ କନ୍ନଡ଼ର ବେଲାରେ ଅଞ୍ଚଳରେ ପ୍ରବୀଣଙ୍କର ଏକ କୁକୁଡ଼ା ଫାର୍ମ ଦୋକାନ ରହିଛି। ମଙ୍ଗଳବାର ପ୍ରାୟ ୯ଟାରେ ପ୍ରବୀଣ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ରାସ୍ତା ଅଟକାଇଥିଲେ। ଏହାପରେ ସେମାନେ କୁରାଢ଼ୀରେ ପ୍ରବୀଣଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସେ  ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଏ ନେଇ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

 

Show More

Related Articles

Back to top button