ଅପରାଧଆଇନ କାନୁନଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

ପୁଣି ଏକ ହାତୀର ମୃତଦେହ ଉଦ୍ଧାର ହୋଇଛି

ବାରିପଦା: ଜଙ୍ଗଲରୁ ପୁଣି ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ନାଫ୍ରି ସଂରକ୍ଷିତ ଜଙ୍ଗଲରୁ ମଙ୍ଗଳବାର ପୁଣି ଏକ ଅଣ୍ଡିରା ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି । ଜଙ୍ଗଲ ଭିତରେ ହାତୀ ଶାବକର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଜଣାଇଥିଲେ। ମଙ୍ଗଳବାର ସକାଳୁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ହାତୀ ଶାବକ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଜଙ୍ଗଲ ଭିତରେ ହାତୀ ଗୋଷ୍ଠୀ ମଧ୍ୟରେ ଲଢେଇ ଯୋଗୁଁ ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ହାତୀ ଶାବକର ମୃତଦେହକୁ ବିଭାଗ ଜବତ କରି ବ୍ୟବଛେଦ କରି ସାରିବା ପରେ ପୋତି ଦେଇଛି। ତେବେ ହାତୀ ମୃତ୍ୟୁ ପଛର କାରଣକୁ ନେଇ ପ୍ରଶ୍ନ ଉଠିଛି । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ହାତୀର ମୃତ୍ୟୁ ଘଟୁଥିବା ବେଳେ ବନବିଭାଗ ତତ୍ପରତା ପ୍ରକାଶ ପାଇଛି ।

Show More

Related Articles

Back to top button