Breaking PLUSଓଡ଼ିଶାମୁଖ୍ୟ ଖବର
ମାଡୁଛି ଗୁଲେନବାରି ସିଣ୍ଡ୍ରମ
ଭୁବନେଶ୍ଵର : ଦେଶରେ ସ୍ଥିତି ସଙ୍ଗୀନ ହେଲାଣି ଗୁଲେନବାରି ସିଣ୍ଡ୍ରମ । ଏହା ଏକ ଜଳବାହିତ ରୋଗ। ଏହି ରୋଗ ହେଲେ ରୋଗୀ ଦୁର୍ବଳ ହେବା ସହ ପକ୍ଷାଘାତ ରୋଗରେ ଶିକାର ହେଉଛନ୍ତି। ମହାରାଷ୍ଟ୍ର ଏବଂ ଗୁଜୁରାଟରେ ଏହି ମାମଲା ଦେଖାଦେଲାଣି । ଏପରିକି ପଶ୍ଚିମବଙ୍ଗରେ ବି ଏପରି ରୋଗୀ ଚିହ୍ନଟ ହେଲେଣି । ତେଣୁ ଓଡିଶା ପ୍ରତି ଭୟ ରହିଛି। ହେଲେ ଏଯାଏଁ କେନ୍ଦ୍ର ସରକାର କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ ଦେଇନାହାନ୍ତି । ସେପଟେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସତର୍କ ରହିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।