
କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ କମେଗାଁ ନିକଟ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ୍ୟୁର କାରଣ ଏବେ ଯାଏ ସ୍ପଷ୍ଟ ହୋଇନାହିଁ । ଗତ ଦୁଇଦିନ ତଳେ ବିଦ୍ୟୁତ ଆଘାତରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ତେବେ ଆଜି ଆଉ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି, ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ କମେଗାଁ ନିକଟ ଜଙ୍ଗଲରୁ । ହାତୀଟିର ଶରୀରରେ ବିଭିନ୍ନ ଜାଗାରେ କ୍ଷତ ବିକ୍ଷତ ଚିହ୍ନ ଦେଖିବାକୁ ମିଳିଛି । ତେବେ କ’ଣ ହୋଇପାରେ ଏହାର କାରଣ । ଗୋଟେ ପରେ ଗୋଟେ ହାତୀର ମୃତ୍ୟୁ ଘଟିବା ପଛରେ କ’ଣ ରହିଛି ଏହାର ରହସ୍ୟ । ଏବଂ ମୃତ୍ୟୁର କାରଣ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।