ଓଡ଼ିଶାଦେଶପାଣିପାଗମୁଖ୍ୟ ଖବରସ୍ୱତନ୍ତ୍ର

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି

ନୂଆଦିଲ୍ଲୀ : ପୁଣି ଆସୁଛି ଲଘୁଚାପ । ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଦାନା ବାନ୍ଧୁଥିବାବେଳେ ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ଦୁଇ ସପ୍ତାହ ପାଇଁ ଆଇଏମ୍‌ଡି ଜାରି କରିଥିବା ଏକ୍ସଟେଣ୍ଡେଡେ୍‌ ଫୋରକାଷ୍ଟରେ ଏଭଳି ସମ୍ଭାବ୍ୟ ସ୍ଥିତି ବାବଦରେ ସୂଚନା ଦିଆଯାଇଛି।

ଆଇଏମଡି ଇସିଏମଡବ୍ଲୁଏଫ ମଡେଲ୍‌ ଅନୁଯାୟୀ,ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ମେ’ ୧୩ରୁ ୧୯ ତାରିଖ ଭିତରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଅବପାତ ରୂପ ମଧ୍ୟ ନେଇପାରେ । କେତେକ ବିଦେଶୀ ପାଣିପାଗ ମଡେଲ୍‌ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ସୂଚାଉଥିବାବେଳେ  ଅଧିକାଂଶ ମଡେଲ୍‌ ଅବପାତ ସମ୍ଭାବନାକୁ ଖଣ୍ଡନ କରିଛି। ସେହିପରି ଆଇଏମଡି ମୌସୁମୀକୁ ନେଇ ପୂର୍ବାନୁମାନ କରିଛି ଯେ , ଆସନ୍ତା ୧୫ ତାରିଖବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଛୁଇଁବ । ଯାହାକି ୫ ଦିନ ଆଗୁଆ ଅଟେ । ପାଗ ଅନୁକୁଳ ଥିବାରୁ ଏଭଳି ସ୍ଥିତି ଉପୁଜିଛି । ସାଧାରଣତଃ ମେ’ ୨୦ ତାରିଖବେଳକୁ ଆଣ୍ଡାମାନ ସାଗରରେ ପ୍ରବେଶ କରେ ମୌସୁମୀ । ଏଥର ମୌସୁମୀ ସଅଳ ଆସିବା ଅନୁମାନ କରାଯାଉଛି ।

Show More

Related Articles

Back to top button