ମାନସ ସ୍ୱାଇଁ ହତ୍ୟା ଘଟଣାର ଆଉ ଏକ ନୂଆ ତଥ୍ୟ ସାମ୍ମାକୁ ଆସିଛି
ଅପହରଣ ଦିନ ମାନସଙ୍କୁ ଦୟାଲ ଆଶ୍ରମରୁ ନିଆଯାଇଥିଲା ସମ୍ପୂର୍ଣ ଅଫିସ ।

କ୍ୟାମେରା ମ୍ୟାନ ମାନସ ସ୍ଵାଇଁ ହତ୍ୟା ଘଟଣାର ଆସିଲା ଆଉ ଏକ ନୂଆ ତଥ୍ୟ । ଅପହରଣ ଦିନ ମାନସଙ୍କୁ ଦୟାଲ ଆଶ୍ରମରୁ ନିଆଯାଇଥିଲା ସମ୍ପୂର୍ଣ ଅଫିସ । ଚିପ୍ ଓ କିଛି ଭିଡ଼ିଓ କ୍ଲିପ୍ ଅଫିସରେ ଥିବା କଥା କହିଥିଲେ ମାନସ। ଅଫିସର ସିଷ୍ଟମରେ ୩୪ ରୁ ୯୭ ପର୍ଯ୍ୟନ୍ତ ଫାଇଲ ଡିଲିଟ ହୋଇଯାଇଥିଲା । ମାନସ ଡିଲିଟ ଫାଇଲକୁ ରିଟ୍ରାଇଭ କରିଦେବା କଥା କହିଥିଲେ । କିନ୍ତୁ ମାନସ କଥାରେ ଏମାନଙ୍କର ବିଶ୍ଵାସ ହୋଇନଥିଲା । ତେଣୁ ଶର୍ମିଷ୍ଠା ଓ ନିରଞ୍ଜନଙ୍କ ଉପସ୍ଥିତିରେ ରଞ୍ଜନ, ବିବେକ ଓ ଭାଗିରଥି ମାନସଙ୍କୁ ମାଡ଼ ମାରିଥିଲେ । ଗତକାଲି ଶ୍ରମିଷ୍ଟାଙ୍କ ଘରୁ ମୋବାଇଲ, ନିରଞ୍ଜନଙ୍କ ଡାଏରୀ, କ୍ୟାମେରା ଓ କିଛି ଚିପ୍ କ୍ରାଇମବ୍ରାଞ୍ଚ ଟିମକୁ ମିଳିଛି ।ଅନ୍ୟପଟେ ଚିପରେ କେଉଁ ଭିଡ଼ିଓ ଅଛି ସେକଥା କ୍ରାଇମବ୍ରାଞ୍ଚ ଆଗରେ ମାନୁ ନାହାଁନ୍ତି ଶର୍ମିଷ୍ଠା। ସେପଟେ ଆଜି ୪ ଅଭିଯୁକ୍ତଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ । ପରେ ଶର୍ମିଷ୍ଠା ,ଝୁନା ଓ ରଞ୍ଜନଙ୍କଠୁ ଚିପ୍ ଓ ଭିଡିଓ ବିଷୟରେ ସତ ଜାଣିବା ପାଇଁ ୫ ଦିନିଆ ରିମାଣ୍ଡ ରେ ଆଣିବା ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ ।