ପୁଣି ଗ୍ରାହକଙ୍କୁ ଝଟକା,ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ୍ ବନ୍ଦ କଲା ଏୟାରଟେଲ

ଏୟାରଟେଲ ବ୍ୟବହାରକାରୀଙ୍କୁ ପୁଣି ଝଟକା । ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ୍ ବନ୍ଦ କଲା ଭାରତୀ ଏୟାରଟେଲ । କମ୍ପାନୀ ହରିୟାଣା ଏବଂ ଓଡ଼ିଶାରେ ଏୟାରଟେଲ ଏହାର ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ୍ (୯୯ ଟଙ୍କା) ବନ୍ଦ କରି ଦେଇଛି। ବର୍ତ୍ତମାନ ଏହି ଦୁଇଟି ରାଜ୍ୟରେ ବେସ୍ ଟାରିଫ୍ ରେ ୫୭ ପ୍ରତିଶତ ବୃଦ୍ଧି ଘଟିଛି।
ହରିୟାଣା ଏବଂ ଓଡିଶା ସର୍କଲରେ ୯୯ ଟଙ୍କାର ସବୁଠୁ ଶସ୍ତା ପ୍ଲାନ୍ ପ୍ରଦାନ କରୁଥିଲା ଏୟାରଟେଲ୍ । ଏହି ପ୍ଲାନର ମୂଲ୍ୟ ୯୯ ଟଙ୍କା ରହିଥିଲାବେଳେ ୨୦୦ ଏମବି ମୋବାଇଲ୍ ଡାଟା ମିଳୁଥିଲା । ସେହିପରି ଏହି ରିଚାର୍ଜ ପ୍ୟାକର ବୈଧତା ୨୮ ଦିନ ଥିଲା ।
ତେବେ ୯୯ ଟଙ୍କା ରିଚାର୍ଜ ପ୍ଲାନ୍ ବନ୍ଦ ହେବା ପରେ ବର୍ତ୍ତମାନ ଏହି ଦୁଇ ରାଜ୍ୟରେ ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ୧୫୫ ଟଙ୍କା ମାସିକ ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି କମ୍ପାନୀ। ୧୫୫ ଟଙ୍କା ମୂଲ୍ୟର ଏହି ପ୍ଲାନରେ ଅନଲିମିଟେଡ୍ ଭଏସ୍ କଲିଂ, ୧ ଜିବି ଡାଟା ଏବଂ ୩୦୦ ଏସ୍ଏମ୍ଏସ୍ ଭଳି ସୁବିଧା ଉପଲବ୍ଧ ଅଛି । ଏହି ପ୍ୟାକ୍ ର ବୈଧତା ୨୪ ଦିନ ରହିଥିବା ସୂଚନା ମିଳିଛି ।