
ପୁଲଓ୍ବାମାରେ ପୁଣି ଆତଙ୍କବାଦୀ ହମଲା । କାଶ୍ମୀରର ଦକ୍ଷିଣବର୍ତ୍ତୀ ଜିଲ୍ଲା ପିଙ୍ଗଳା ଅଞ୍ଚଳରେ ଘଟିଛି ଏହି ଆକ୍ରମଣ । ଯବାନ ପାଟ୍ରୋଲିଂ ବେଳେ ସିଆରପିଏଫ ଗାଡ଼ି ଉପରକୁ ହମଲା କରିଛନ୍ତି ଆତଙ୍କବାଦୀ । ଫଳରେ ଘଟଣା ସ୍ଥଳରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ପାଟ୍ରୋଲିଂ ଗାଡ଼ି ପଇଁତରା ମାରୁଥିଲାବେଳେ କାଶ୍ମୀରର ଦକ୍ଷିଣବର୍ତ୍ତୀ ଜିଲ୍ଲା ପିଙ୍ଗଳା ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀ ଗୁଳି ଗୋଳା ବର୍ଷଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଜଣେ ଯବାନ ଟଳି ପଡି ସହିଦ ହୋଇଥିବାବେଳେ ଅନ୍ୟଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ସହିଦ ଯବାନ ଜଣଙ୍କ ହେଉଛନ୍ତି ଜାଭେଦ ଅହମ୍ମଦ।