ଅନୁଚିନ୍ତା
ଆଜିର ଅନୁଚିନ୍ତା

🦋ରଙ୍ଗ ଦେଖି କି କେବେହେଲେ କାହାର ବ୍ୟକ୍ତିତ୍ଵକୁ ମୂଲ୍ୟାଙ୍କନ କରି ହେବ ନାହିଁ , କାରଣ ଏହା ଆମ ଆଖିରେ ଭ୍ରମ ସୃଷ୍ଟି କରିଥାଏ ଯେମିତି କି ନିଆଁ ର ରଙ୍ଗ ଖୁବ୍ ସୁନ୍ଦର କିନ୍ତୁ ଏହା ତା ଠୁ ଆହୁରି ଅଧିକ ଭୟଙ୍କର ହୋଇଥାଏ ।
🦋ଶୀତ ସକାଳର କୁହୁଡି ବି ଆମକୁ ଏକ ନୂତନ ଶିକ୍ଷା ଦେଇଥାଏ ଯେ ରାସ୍ତା ଯେତିକି ପର୍ଯ୍ୟନ୍ତ ଦେଖା ଯାଉଛି କିଛି ଚିନ୍ତା ନ କରି ସେତିକି ପର୍ଯ୍ୟନ୍ତ ଆଗେଇ ଯାଆନ୍ତୁ ଦେଖିବେ ସେଇଠି ପହଞ୍ଚିବା ପରେ ରାସ୍ତା ଆପେ ଆପେ ଦେଖାଯିବ ।
🦋ସମୟ ଏକ ଅଫେରା ବାଟୋଇ ପରି..
ଚାଲିଯାଏ ସିନା ହେଲେ ରଖି ଯାଇଥାଏ ସ୍ମୃତି,
ଆଉ ସେଇ ସ୍ମୃତି କେତେବେଳେ ଦେଇଥାଏ
ଖୁସି ତ ଆଉ କେତେବେଳେ ଦୁଃଖ ।
🦋ସତରେ ଥରେ ଭରସା ଭାଙ୍ଗିଲା ପରେ ଆଉ Sorry ର କିଛି ମହତ୍ତ୍ଵ ହିଁ ନ ଥାଏ ।
*ଉତ୍କଳ ପ୍ରହରୀ*