Breaking PLUSଦେଶମୁଖ୍ୟ ଖବର
ପଶ୍ଚିମବଙ୍ଗ ବିଧାନସଭାରେ ପାସ୍ ହେଲା ବହୁଚର୍ଚ୍ଚିତ ଅପରାଜିତା ବିଲ୍
କୋଲକାତା- ପଶ୍ଚିମବଙ୍ଗ ବିଧାନସଭାରେ ପାସ୍ ହେଲା ବହୁଚର୍ଚ୍ଚିତ ଅପରାଜିତା ବିଲ୍ । ପଶ୍ଚିମବଙ୍ଗ ବିଧାନସଭାରେ ମଙ୍ଗଳବାର ଦୁଷ୍କର୍ମ ନିରୋଧୀ ବିଲ୍ ଗୃହୀତ ହୋଇଛି। ‘ଅପରାଜିତା ମହିଳା ଓ ଶିଶୁ ବିଧେୟକ’ ନାମରେ ନାମିତ ଏହି ବିଧେୟକରେ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁ ଦଣ୍ଡ ଦେବାର ବ୍ୟବସ୍ଥା ହୋଇଛି। ବିଧାନସଭାର ଏକ ସ୍ଵତନ୍ତ୍ର ଅଧିବେଶନ ଜରିଆରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଏହି ବିଲ୍କୁ ପାରିତ କରିଛନ୍ତି। କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ସହିତ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଲାଗି ସରକାର ଏହି ବିଲ୍ ଆଣିଥିବା କହିଛନ୍ତି। ଏହି ବିଧେୟକ ଜରିଆରେ ଏକ ଅପରାଜିତା ଟାସ୍କଫୋର୍ସ ଗଠନ କରାଯିବ ଏବଂ ମାମଲାର ପ୍ରାଥମିକ ରିପୋର୍ଟ ଦାଖଲ ହେବାର ୨୧ ଦିନ ଭିତରେ ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି ମମତା କହିଛନ୍ତି।