
ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ମହୋଦୟା ଆଜି ସକାଳୁ ସ୍ଥାନୀୟ ଅନୁଷ୍ଠାନ ଗୁଡିକର ଅନୁରୋଧ କ୍ରମେ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡ ପରିଦର୍ଶନ କରି ସେମାନଙ୍କର ସମସ୍ୟା ବୁଝି ସମାଧାନ ପାଇଁ ପ୍ରୟାସ କଲେ ।
ବସଷ୍ଟାଣ୍ଡ ର ନବୀକରଣ ଚାଲିଥିବା ବେଳେ ଏଠାରେ 118ଟି ବ୍ୟବସାୟୀ ପରିବାର, 32ଟି କୁଲି ପରିବାର ର ବିଭିନ୍ନ ସମସ୍ୟା କୁ ରାଜ୍ୟ ସରକାର ଧ୍ୟାନ ଦେଉ ନାହାନ୍ତି । ଦୀର୍ଘ ଦିନ ଧରି ଦୋକାନ କରିଥିବା ସ୍ଥାୟୀ ଦୋକାନୀ ମାନଙ୍କୁ ତରବରିଆ ଭାବରେ ଥଇଥାନ ର ବ୍ୟବସ୍ଥା ନ କରି ସେମାନଙ୍କୁ ସେଠାରୁ ଉଠାଇ ଦେବା ପାଇଁ ରାଜ୍ୟ ସାରକାରଙ୍କ ତରଫରୁ ନିର୍ଦ୍ଦେଶ ଆସିଛି । ବସଷ୍ଟାଣ୍ଡ ର କାର୍ଯ୍ୟ କରୁଥିବା କୁଲିମାନେ ମଧ୍ୟ ବସ ଚାଲୁନଥିବା ଯୋଗୁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ସାସଂଦ ମୋହଦୟା ସେମାନଙ୍କର ସମସ୍ୟାକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବାର ପ୍ରତିଶ୍ରୁତି ଦେଇଛନ୍ତି ଏବଂ ସମସ୍ୟା ର ସମାଧାନ କିପରି ହେବ ସେଥିପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି ।