Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ସାଲିଆସାହି ସମାବେଶରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା

ଭୁବନେଶ୍ୱର- ସାଲିଆସାହି ସମାବେଶରେ ରାଜ୍ୟ ସରକାରଙ୍କୁ ନିଶାନା ସାଧିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କହିଛନ୍ତି, ବିଜେଡି ଏବେ ମହିଳାଙ୍କ ପିଛା ୧ ହଜାର ଟଙ୍କା ବାଣ୍ଟୁଛି ବା ଆଗକୁ ବାଣ୍ଟିବ। ହିସାବ ଦେଖିଲେ ୫ ବର୍ଷରେ ୧୮୨୬ ଦିନ ପାଇଁ ଦେଉଛି ୧ ହଜାର ଟଙ୍କା। ଅର୍ଥାତ ଦିନକୁ ମାତ୍ର ୫୪ ପଇସା ଦେଇ ଭୋଟ୍ ନେବାକୁ ବସିଛି ବିଜେଡି। ସୁଭଦ୍ରା ଯୋଜନାରେ ମୋଦି ମହିଳାଙ୍କୁ ୫୦ ହଜାର ଟଙ୍କା ଦେବେ। ଆମେ ୫୦ ହଜାର ନେବା ନା ୫୪ ପଇସା ନେବା ଅପରାଜିତା ପଚାରିଛନ୍ତି।
ଅପରାଜିତା ଆହୁରି କହିଛନ୍ତି, ଗୁରୁବାର ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ରୋଡ ଶୋ’ କରିଥିଲେ, ହେଲେ ଲୋକ କେହି ନଥିଲେ। ନିଜ ଦଳର ପ୍ରାର୍ଥୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କର ଭରସା ନାହିଁ ।