Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

ପୁଣି ପଦାକୁ ଆସିଲା ରାଜଘର କଳି, ଥାନାରେ ସୁରକ୍ଷା ମାଗିଲେ ଅଦ୍ରିଜା

ଅର୍କେଶ- ଅଦ୍ରିଜାଙ୍କ ମଧ୍ୟରେ ଲାଗିରହିଛି ବିବାଦ

ବିବାଦକୁ ନେଇ ଥାନାରେ ରାଜାଘର ବୋହୂ । ନିଜର ସୁରକ୍ଷା ଦାବି କରି ରାଜ ପରିବାରର ବୋହୂ ଅଦ୍ରିଜା ମଞ୍ଜରୀ ବଲାଙ୍ଗିର ଟାଉନ୍ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ ହେଉଛନ୍ତି ଅଦ୍ରିଜା ମଞ୍ଜରୀ । ପୋଲିସ ସୁରକ୍ଷା ଦେଇ ନଥିବା ଅଭିଯୋଗ କରିଛନ୍ତି ଅଦ୍ରିଜା । ସେ କହିଛନ୍ତି, ମୁଁ ପ୍ୟାଲେସରୁ ମୋ ଜିନିଷପତ୍ର ନେବାକୁ ବଲାଙ୍ଗିର ଆସିଥିଲି ।

ହେଲେ ପ୍ୟାଲେସରେ ତାଲା ପଡ଼ିଥିବା ବେଳେ ପୋଲିସ ମୋତେ ସୁରକ୍ଷା ଦେଲାନି । ଏମିତିକି ଏସ୍‌ପି ତାଙ୍କୁ ଡେରାଡୁନରୁ ତଦନ୍ତ ଅଧିକାରୀ ଆସନ୍ତୁ ବୋଲି କହିଥିବା ଅଭିଯୋଗ କରିଛନ୍ତି ଅଦ୍ରିଜା । ଅର୍କେଶ ଓ ଅଦ୍ରିଜା ମଧ୍ୟରେ କିଛି ମାସ ହେବ ବିବାଦ ଲାଗି ରହିଛି । ଡେରାଡୁନରେ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଛି।

ପୂର୍ବରୁ ଅଦ୍ରିଜା ବଲାଙ୍ଗିର ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ । ଅନଙ୍ଗ ଉଦୟଙ୍କ ସିଂ ଦେଓଙ୍କ ସାନ ପୁଅ ଅର୍କେଶଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ ତାଙ୍କ ପତ୍ନୀ ଅଦ୍ରିଜା ସିଂ । ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ସହ ମାରିପିଟ୍ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ କରିଥିଲେ ।

Show More

Related Articles

Back to top button