ଗିରଫ ହେଲେ ବିଜେପି ବିଧାୟକ ଟି. ରାଜା ସିଂହ

ପ୍ରଫେଟ୍ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ଗିରଫ ହୋଇଛନ୍ତି ତେଲେଙ୍ଗାନାର ବିଜେପି ବିଧାୟକ ଟି. ରାଜା ସିଂହ । ନିକଟରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଥିଲେ । ଏହି ଭିଡିଓକୁ ନେଇ ସେ ବିବଦୀୟ ଟିପ୍ପଣୀ ମଧ୍ୟ ଦେଇଥିଲେ । ଏହା ଭାଇରାଲ ହେବା ପରେ ରାଜରାସ୍ତାରେ ଲୋକେ ପ୍ରଦର୍ଶନ ଆରମ୍ଭ କରିଥିଲେ । ଟି ରାଜାଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ଦାବି କରିଥିଲେ । ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ମାମଲା ଏବେଯାଏଁ ଥଣ୍ଡା ପଡିନଥିବାବେଳେ ପୁଣିଥରେ ଏପରି ବିବାଦୀୟ ମନ୍ତବ୍ୟ ଦେଇ ଜନ ଅସନ୍ତୋଷ ନିମନ୍ତ୍ରଣ କରିଛନ୍ତି ବିଜେପି ବିଧାୟକ ଟି, ରାଜା ସିଂହ । ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଟି. ରାଜା ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ସୋମବାର ବିପୁଳ ସଂଖ୍ୟାରେ ଲୋକେ ରାଜରାସ୍ତାକୁ ଓହ୍ଲାଇ ଏସଫି କାର୍ଯ୍ୟାଳୟକୁ ଘେରିଥିଲେ ,ତାଙ୍କର ଗିରଫଦାରୀ ଦାବି କରିଥିଲେ । ସୂଚନା ଅନୁସାରେ, ଟି ରାଜା ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ସହ କମେଡିଆନ୍ ମନବ୍ୱର ଫାରୁକିଙ୍କୁ ମଧ୍ୟ ଧମକ ଦେଇଥିଲେ ।