Breaking PLUSଓଡ଼ିଶାମୁଖ୍ୟ ଖବର
କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ଉପରେ ଆକ୍ସନ ନିଆଯିବା ଦରକାର- ଅଶ୍ୱିନୀ ପାତ୍ର

ଭୁବନେଶ୍ୱର- କ୍ରସ୍ ଭୋଟିଂ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର । କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ଉପରେ ଆକ୍ସନ ନିଆଯିବା ଦରକାର ବୋଲି ସେ କହିଛନ୍ତି । ଦଳର ନୀତି, ଆଦର୍ଶ ରହିଛି । ଏହା ବିରୋଧରେ ଗଲେ ଦଳ ନିମ୍ନଗାମୀ ହୁଏ । ବିଜେଡି ସଭାପତି ଯେଉଁ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ସ୍ୱାଗତଯୋଗ୍ୟ । ବହିଷ୍କାର ଦ୍ୱାରା ବିଶୃଙ୍ଖଳା ବଢ଼ୁଛି, ତେଣୁ ସେ ଧୀରେ ଧୀରେ ଆକ୍ସନ ନେଉଛନ୍ତି ବୋଲି ଅଶ୍ୱିନୀ ପାତ୍ର କହିଛନ୍ତି ।



