ASIର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ବଡ଼ ଦାବି; କୁତବ ମୀନାର ତିଆରି କରିଛନ୍ତି ରାଜା ବିକ୍ରମାଦିତ୍ୟ
ଦେଶରେ ଗୋଟିଏ ପରେ ଗୋଟିଏ ପୁରୁଣା କିର୍ତ୍ତୀରାଜିକୁ ନେଇ ନୂଆ ନୂଆ ଦାବି ଉଠିବାରେ ଲାଗିଛି। ତାଜମହଲ, ଜ୍ଞାନବ୍ୟାପୀ ମସ୍ଜିଦ୍ ପରେ ଏବେ କୁତବ ମୀନାର ନିର୍ମାଣକୁ ନେଇ ନୂଆ ଦାବି ଉଠିଛି।

କୁତବ ମୀନାରକୁ କୁତବ ଅଲ-ଦ୍ଦିନ ଆଇବାକ ନିର୍ମାଣ କରି ନାହାଁନ୍ତି ବରଂ ଏହାକୁ ରାଜା ବିକ୍ରମାଦିତ୍ୟ ନିର୍ମାଣ କରିଛନ୍ତି। ଏଭଳି ଦାବି କରିଛନ୍ତି ଏସ୍ଆଇ(ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ)ର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ଶର୍ମା। ସୂର୍ଯ୍ୟଙ୍କ ଦିଗ ନିର୍ଣ୍ଣୟ ପାଇଁ କୁତବମୀନାର ନିର୍ମାଣ କରାଯାଇଛି ବୋଲି ସେ କହିଛନ୍ତି। ଏନେଇ ସେ କହିଛନ୍ତି “ଏହା କୁତବ ମୀନାର ନୁହେଁ ବରଂ ସୂର୍ଯ୍ୟ ସ୍ତମ୍ବ(ସନ୍ ଟାୱାର। ପଞ୍ଚମ ଶତାବ୍ଦୀ ବେଳକୁ ଏହାକୁ ରାଜା ବିକ୍ରମାଦିତ୍ୟ ନିର୍ମାଣ କରାଇଥିଲେ କୁତବ ଅଲ୍-ଦିନ ଆଇବାକ ନୁହେଁ। ମୋ ପାଖରେ ଏନେଇ ଅନେକ ପ୍ରମାଣ ରହିଛି।” ପୂର୍ବରୁ ଏଏସ୍ଆଇ ପକ୍ଷରୁ ସେ ଅନେକ ଥର ତୁକମବମୀନାର ଉପରେ ଗବେଷଣା କରିଛନ୍ତି ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ” କୁତମ ମୀନାର ୨୫ ଇଞ୍ଚ ପର୍ଯ୍ୟନ୍ତ ନଇଁକି ଅଛି। କାରଣ ସୂର୍ଯ୍ୟକୁ ଦିଗ ନିର୍ଣ୍ଣୟ ପାଇଁ ଏହା ହୋଇଛି। ଏଥିପାଇଁ ଜୁନ ୨୧ ରେ ସଂକ୍ରାନ୍ତି ସମୟରେ ଅଧଘଣ୍ଟା ପାଇଁ ଛାଇ ପଡ଼େ ନାହିଁ। ଏହା ଏକ ବିଜ୍ଞାନ ଓ ପ୍ରତ୍ନତାତ୍ତ୍ୱିକ ତଥ୍ୟ। ଏଥିପାଇଁ କୁତବ ମୀନାର ନିର୍ମାଣକୁ କାହା ସହିତ ଯୋଡ଼ାଯଏନି। ପାଖରେ ଥିବା ମସଜିଦ୍ ସହିତ କୁତବ ମୀନାର କିଛି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି। ଏମିତିକି କୁତବ ମୀନାର ଡୋର ଉତ୍ତର ଆଡ଼କୁ ମୁହଁ କରି ରହିଛି। ରାତିରେ ଫଳରେ ଧ୍ରୁବ ତାରାକୁ ଦେଖିହେବ ବୋଲି ASIj ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି।