ଓଡ଼ିଶା
ଏସୀୟ କ୍ରୀଡା ମହିଳା ଷ୍ଟିପଲଚେଜ୍ରେ ଭାରତକୁ ୨ ପଦକ

ହାଙ୍ଗଝୌ: ଏସୀୟ କ୍ରୀଡ଼ା ମହିଳା ଷ୍ଟିପଲଚେଜ୍ରେ ଭାରତକୁ ୨ ପଦକ ମିଳିଛି। ଏସୀୟ କ୍ରୀଡ଼ା ମହିଳା ୩ ହଜାର ମିଟର ଷ୍ଟିପଲଚେଜ୍ରେ ଆଜି ଭାରତକୁ ୨ଟି ପଦକ ମିିଳିଛି। ଏଥିରେ ପାରୁଲ ଚୌଧୁରୀ ରୌପ୍ୟ ପଦକ ଜିତିଥିବା ବେଳେ ପ୍ରୀତି ଜିତିଛନ୍ତି ବ୍ରୋଞ୍ଜ ପଦକ। ପାରୁଲ ଧାର୍ଯ୍ୟ ଦୂରତାକୁ ୯:୨୭.୬୩ ମିନିଟ୍ରେ ଅତିକ୍ରମ କରିଥିବା ବେଳେ ପ୍ରୀତିଙ୍କୁ ଲାଗିଥିଲା ୯:୪୩.୩୨ ମିନିଟ୍। ଅନ୍ୟପକ୍ଷରେ ବ୍ରୁନେଇର ୱିନଫ୍ରେଡ୍ ମୁଟିଲେ ୟାବି ୯:୧୮.୨୮ ମିନିଟ୍ ସମୟ ନେଇ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ଜିତିଥିଲେ।