Breaking PLUSଖେଳଦେଶଦେଶ ବିଦେଶମୁଖ୍ୟ ଖବର

ଏସୀୟ କ୍ରୀଡ଼ାରେ ଭାରତର ଦମଦାର ପ୍ରଦର୍ଶନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ

ନାଗୋୟା: ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଶୁକ୍ରବାର ଭାରତୀୟ ଖେଳାଳିଙ୍କ ପାଇଁ ସ୍ମରଣୀୟ ଦିନ ହୋଇଛି। ବିଭିନ୍ନ ଇଭେଣ୍ଟରେ ଭାରତ ୬ଟି ସ୍ୱର୍ଣ୍ଣ ସହ ମୋଟ ୧୧ଟି ପଦକ ଜିତିଛି। ଏହା ସହ ଭାରତର ମୋଟ ପଦକ ସଂଖ୍ୟା ୭୬ରେ ପହଞ୍ଚିଛି।

ମହିଳା ହକିରେ ଭାରତ ୪୪ ବର୍ଷ ପରେ ସ୍ୱର୍ଣ୍ଣ ପଦକ ହାସଲ କରିଛି। ରୋମାଞ୍ଚକର ଫାଇନାଲରେ ଚୀନ୍‌କୁ ୧-୦ ଗୋଲ୍‌ରେ ପରାସ୍ତ କରି ଭାରତୀୟ ମହିଳା ଦଳ ଏହି ସଫଳତା ହାସଲ କରିଛି।

ତୀରନ୍ଦାଜିରେ ମଧ୍ୟ ଭାରତକୁ ବଡ଼ ସଫଳତା ମିଳିଛି। ମହିଳା ରିକର୍ଭ ଦଳ ସ୍ୱର୍ଣ୍ଣ ଜିତିଥିବା ବେଳେ ମିକ୍ସଡ୍‌ ଓ ପୁରୁଷ ଦଳ ରୌପ୍ୟ ପଦକ ହାସଲ କରିଛନ୍ତି। ବକ୍ସିଂରେ ଲଭଲିନା ବୋର୍ଗୋହେନ୍‌, ପରବୀନ ହୁଡ୍ଡା ଓ ଅଙ୍କୁଶ ପଙ୍ଘାଲ ସ୍ୱର୍ଣ୍ଣ ଜିତିଛନ୍ତି। ରେସଲିଂରେ ସୁଜିତ କଲକଲ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ସହ ଭାରତର ପଦକ ତାଲିକାରେ ୧୬ ସ୍ୱର୍ଣ୍ଣ, ୨୫ ରୌପ୍ୟ ଓ ୩୫ କାଂସ୍ୟ ପଦକ ରହିଛି।

Show More

Related Articles

Back to top button