Breaking PLUSଓଡ଼ିଶାଦେଶମୁଖ୍ୟ ଖବରଶିକ୍ଷା

ଆସନ୍ତା ୨୭ରେ ଏଏସ୍‌ଓ ପରୀକ୍ଷା

କଟକ : ବନ୍ୟା ଯୋଗୁ ଘୁଞ୍ଚିଥିବା ଏଏସ୍‌ଓ ଲିଖିତ ପରୀକ୍ଷା ଆସନ୍ତା ୨୭ ତାରିଖରେ ହେବ। ଏନେଇ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି । ୩ଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପରୀକ୍ଷା ପୂର୍ବାହ୍ନ ୯ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ହେବ। ସେହିପରି ଦ୍ୱିତୀୟ ସିଟିଂ ପରୀକ୍ଷା ପୂର୍ବାହ୍ନ ସାଢେ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ, ତୃତୀୟ ସିଟିଂ ପରୀକ୍ଷା ଅପରାହ୍ନ ସାଢେ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ହେବ। ତେବେ ଭିନ୍ନକ୍ଷମ ପରୀକ୍ଷାର୍ଥୀମାନଙ୍କୁ ପ୍ରତି ସିଟିଂରେ ଅଧ ଘଣ୍ଟା ଲେଖାଏଁ ଅଧିକ ସମୟ ଦିଆଯିବ। ପ୍ରଥମ ସିଟିଂରେ ଜେନେରାଲ ଆୱାରନେସ୍‌, ଦ୍ୱିତୀୟ ସିଟିଂରେ ରିଜନିଂ ଆଣ୍ଡ୍‌ ମେଣ୍ଟାଲ ଆବିଲିଟି ଓ ଗଣିତ ପରୀକ୍ଷା, ତୃତୀୟ ସିଟିଂରେ ଇଂଲିଶ ଓ ଓଡ଼ିଆ ପରୀକ୍ଷା ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ, ୭୯୬ଟି ଏଏସ୍‌ଓ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିଲେ। ଏହାପରେ ଓପିଏସ୍‌ସି କର୍ତ୍ତୃପକ୍ଷ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରି ଲିଖିତ ପରୀକ୍ଷା ପାଇଁ ଆସନ୍ତା ୨୧ ତାରିଖକୁ ଧାର୍ଯ୍ୟ କରିଥିଲେ। କିନ୍ତୁ ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା।

Show More

Related Articles

Back to top button