Breaking PLUSଦେଶମୁଖ୍ୟ ଖବର

ଆସାମରେ ଟ୍ରକ-ବସ୍ ଧକ୍କା, 10 ମୃତ

ଗୌହ୍ୱାଟୀ, 3 ଜାନୁୟାରୀ – ଆସାମର ଗୋଲାଘାଟ ଜିଲ୍ଲାର ଦେରଗାଓଁରେ ଆଜି ଭୋରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକ-ବସ୍ ମଧ୍ୟରେ ଧକ୍କା ଯୋଗୁ 10ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।
ବସରେ 40ରୁ ଅଧିକ ଲୋକ ଯାତ୍ରା କରୁଥିବା ନେଇ ସୂଚନା ମିଳିଛି । ସମସ୍ତେ ପିକନିକ ମନାଇବାକୁ ଯାଉଥିଲେ । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Show More

Related Articles

Back to top button