ରୋଗୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ

ଭୁବନେଶ୍ୱର- ଏସସିବି ମେଡିକାଲ କଲେଜ ଓ ହସପିଟାଲରେ ଅଗ୍ନିକାଂଡ ଓ ରୋଗୀଙ୍କ ସୁରକ୍ଷା ପ୍ରସଙ୍ଗରେ ଆଜି ମଧ୍ୟ ବିରୋଧୀ ଦଳର ବିଧାୟକ ମାନେ ଗୃହରେ ହଟ୍ଟହୋଳ କରିଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ବିରୋଧୀ ବିଜେଡି ଓ କଂଗ୍ରେସ ଅଟଳ ଅଛନ୍ତି। ଏହି ଦାବି ନେଇ ସେମାନେ ଆଜି ବିଧାନସଭାରେ ଭୀଷଣ ହୋହଲ୍ଲା କରିଥିଲେ। ଫଳରେ ଆଜି ଦିନତମାମ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ସେମାନେ ଗୃହ ଭିତରେ ଓ ବାହାରେ ସ୍ବାସ୍ଥ୍ୟ ବିଭାଗର କୋକେଇ ଯାତ୍ରା କରି ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ।
ଆଜି ନିର୍ଧାରିତ 10.30 ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ବାଚସ୍ପତି ସୁରମା ପାଢୀ ପ୍ରଶ୍ନକାଳ ଆରମ୍ଭ କରିବାକୁ ଚାହିଁଥିଲେ । ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିବା ଆରମ୍ଭ କରିଥିଲେ । ହେଲେ ବିରୋଧୀ ଦଳର ବିଧାୟକ ମାନେ ଏସସିବି ମେଡିକାଲ କଲେଜ ଓ ହସପିଟାଲରେ ଅଗ୍ନିକାଂଡ ଓ ରୋଗୀଙ୍କ ସୁରକ୍ଷା ପ୍ରସଙ୍ଗରେ ହଟ୍ଟଗୋଳ କରିବା ଆରମ୍ଭ କରି ଦେଇଥିଲେ । ସେମାନେ ଗୃହର ମଧ୍ୟ ଭାଗକୁ ଯାଇ ନାରାବାଜୀ କରିଥିଲେ ।



