Breaking PLUSଓଡ଼ିଶାମୁଖ୍ୟ ଖବର

ସର୍ବଦଳୀୟ ବୈଠକରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଲାଇବା ଉପରେ ଆଲୋଚନା

ବିଧାନସଭାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି । ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ ଗୃହକୁ ସୁରୁଖୁରୁରେ ଚଳାଇବା ନେଇ ବୈଠକରେ ଆଲୋଚନା ହୋଇଛି। ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିବେ। ଗୃହରେ ଦ୍ଵିତୀୟ ଦିନ ଅତିରିକ୍ତ ବଜେଟ୍ ଆସିବ। ଅଧିବେଶନ ସ୍ଵାଭାବିକ ଭାବେ ଚାଲିବାକୁ ନେଇ ବାଚସ୍ପତି ଗୁରୁତ୍ଵ ଦେଇଛନ୍ତି। ଶାସକ ଓ ବିରୋଧୀ ଦଳ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। ଶାସକ ଦଳ ଭଳି ବିରୋଧୀ ଦଳକୁ ସମାନ ସମୟ ଦେବାକୁ ଦାବି ହୋଇଛି। ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ସର୍ବ ଦଳୀୟ ବୈଠକ ବସିଥିଲା। ଏଥିରେ ଶାସକ ଦଳର ବିଧାୟକଙ୍କ ସହିତ ବିଜେଡିର ପ୍ରମିଳା ମଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ଉପସ୍ଥିତ ଥିଲେ।

Show More

Related Articles

Back to top button