Breaking PLUSଓଡ଼ିଶାମୁଖ୍ୟ ଖବର

ମାଲକାନଗିରି ଗୋଷ୍ଠୀ ସଂଘର୍ଷକୁ ନେଇ ଶୂନ୍ୟକାଳରେ ରାଜା ସ୍ଵାଇଁଙ୍କ ଉଦବେଗ

ଭୁବନେଶ୍ୱର, 9 ଡିସେମ୍ବର – ମାଲକାନଗିରି ଗୋଷ୍ଠୀ ସଂଘର୍ଷକୁ ନେଇ ଶୂନ୍ୟକାଳରେ ରାଜା ସ୍ଵାଇଁ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମାଲାକନଗିରି ଜଳୁଛି। ଆଉ ଗୋଟେ କନ୍ଧମାଳ ହେବାକୁ ଯାଉଛି।  ଘର ପୋଡ଼ି ହୋଇଛି।  ଜୀବନ ଯୌବନ ଚାଲିଗଲାଣି। ଆମେ ବିଧାନସଭାରେ ବସିଛୁ କିନ୍ତୁ ରାଜ୍ୟର ଗୋଟିଏ ଭାଗ ଜଳୁଛି। ଧାର୍ମିକ ବିବାଦ ହେଉଛି। ଆଜିକା ଦିନରେ ସେଠିକା ସ୍ଥିତି କଣ? ମୁଖ୍ୟମନ୍ତ୍ରୀ ଏଠି ଚୁପ୍ ବସିବେ! ଅଢେଇ ଲକ୍ଷ ସେଠି ଆଦିବାସୀ।  ଦେଶରେ ଯେମିତି ମଣିପୁର ଜଳୁଥିଲା ଆଜି ଓଡିଶାରେ ମାଲାକନଗିରି ଜଳୁଛି। ଆମେ ଆଇନ୍ ପ୍ରଣୟନ କର୍ତ୍ତା ଏଠି ଚୁପ୍ ରହିବା। ବାଚସ୍ପତି ତୁରନ୍ତ ରୁଲିଂ ଦିଅନ୍ତୁ,  ମୁଖ୍ୟମନ୍ତ୍ରୀ ଏନେଇ ବିବୃତି ରଖନ୍ତୁ।  ନଚେତ୍ ଏକ ଟିମ୍ ସେଠାକୁ ପଠାଯାଉ ବୋଲି ଶୂନ୍ୟକାଳରେ ଦାବି କରିଛନ୍ତି ବିଜେଡ଼ି ବିଧାୟକ ରାଜା ସ୍ଵାଇଁ ।

Show More

Related Articles

Back to top button