Breaking PLUSଓଡ଼ିଶାମୁଖ୍ୟ ଖବର

ବିଧାନସଭା ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର – ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳିନ ଅଧିବେଶନ।  ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଧାନସଭାରେ ନିୟୋଜିତ ହେବେ 24 ପ୍ଲାଟୁନ ଫୋର୍ସ। ଡିସିପିଙ୍କ ନେତୃତ୍ୱରେ 8 ଜଣ ଆଡିସିନାଲ ଡିସିପି ,  2 କମ୍ପାନି ସିଆରପିଏଫ ,  2 ୟୁନିଟ ସ୍ପେସାଲ ଟାକ୍ଟିକାଲ ୟୁନିଟ  , 4 ପ୍ଲାଟୁନ ଏସଓଜି  , ଡଗ ସ୍କାର୍ଡ , ବମ୍ ସ୍କାର୍ଡ  , ସାଧା  ପୋଷାକରେ ରାଜଧାନୀର ବିଭିନ୍ନ ସ୍ଥାନରେ ଗୁଇନ୍ଦା ଅଧିକାରୀ ମାନେ ନିୟୋଜିତ ହେବେ । ବିଧାନସଭା ସମୟରେ ଗାନ୍ଧୀ ମାର୍ଗକୁ ସିସିଟିଭି ସର୍ଭଲୋନ୍ସ ଭିତରେ ରଖାଯିବ । ବିଧାନସଭା ପାଇଁ କମିଶନରେଟ ପୋଲିସ ପକ୍ଷରୁ 8 ଗୋଟି ଅସ୍ଥାୟୀ କ୍ୟାମ୍ପ କାର୍ଯ୍ୟାଳୟ ପ୍ରସ୍ତୁତ ହୋଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button