Breaking PLUSଓଡ଼ିଶାମୁଖ୍ୟ ଖବର
ବିଧାନସଭା ଶୂନ୍ୟକାଳରେ ଉଠିଲା ଟାଟା ପାୱାର୍ ପ୍ରସଙ୍ଗ

ଭୁବନେଶ୍ୱର- ବିଧାନସଭା ଶୂନ୍ୟକାଳରେ ଉଠିଲା ଟାଟା ପାୱାର୍ ପ୍ରସଙ୍ଗ । ବିଧାୟକ ଗଣେଶ୍ଵର ବେହେରା ଓ ବ୍ୟୋମକେଶ ରାୟ ଉଠାଇଲେ ପ୍ରସଙ୍ଗ । ‘୮ ବର୍ଷରେ OERCର ଧାର୍ଯ୍ୟ ହାରାହାରି ଦରଠାରୁ ଅଧିକ ବିଲ୍ ଆଦାୟ’ । ‘ଅଧିକ ୭୧୪୫ କୋଟି ଟଙ୍କା ଆଦାୟ କରିଛନ୍ତି ବିଦ୍ୟୁତ୍ ବିତରକ କମ୍ପାନୀ । ବିଦ୍ୟୁତ ଆଇନ୍ ୨୦୦୩ ଅନୁଯାୟୀ ଅଧିକ ଆଦାୟ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ । ‘ଅଧିକ ଟଙ୍କା ଫେରାଇବା ପାଇଁ ବିଦ୍ୟୁତ୍ ନିୟାମକ ଆୟୋଗକୁ ନିର୍ଦ୍ଦେଶ ରହିଛି । ମାତ୍ର ଅର୍ଥ ଫେରସ୍ତ ପାଇଁ ବିତରକ କମ୍ପାନୀଙ୍କୁ OERC କୌଣସି ନିର୍ଦ୍ଦେଶ ଦେଇନାହିଁ । ଆନ୍ଧ୍ରପ୍ରଦେଶରେ ସୁଧ ମୂଳ ସହ ୧୨ଟି କିସ୍ତିରେ ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଶ ହୋଇଛି । ସମାନ ଢଙ୍ଗରେ ୭୧୪୫ କୋଟି ଟଙ୍କା ଫେରାଇବାକୁ OERC ନିର୍ଦ୍ଦେଶ ଦେଉ ।


