Breaking PLUSଓଡ଼ିଶାଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର
ଆଜି ୫ଟା୩ମିନିଟରେ ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା ।
ଉତ୍ତରାଖଣ୍ଡର ଉତ୍ତରାକାଶୀରେ ଆଜି ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ହୋଇଛି ।

ଉତ୍ତରାଖଣ୍ଡର ଉତ୍ତରାକାଶୀରେ ଆଜି ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ହୋଇଛି । ଉତ୍ତରାକାଶୀର ଲୋକମାନଙ୍କ ମନରେ ଭୁକମ୍ପକୁ ନେଇ ଭୟ ସୃଷ୍ଚି ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ଉତ୍ତରାକାଶୀରୁ ୩୯ କିଲୋମିଟର ଦୂରରେ ରହିଥିବା ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ଶନିବାର ସକାଳ ପ୍ରାୟ ୫ଟା ୩ମିନିଟରେ ଉତ୍ତରାଖଣ୍ଡର ଉତ୍ତରାକାଶୀରେ ଜୋରଦାର ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଜଣାପଡିଛି । ଲୋକମାନେ ଏଥିପାଇଁ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଛନ୍ତି । ହେଲେ ଏପର୍ଯ୍ୟନ୍ତ ଭୂକମ୍ପରେ କ’ଣ କ୍ଷୟକ୍ଷତି ଘଟିଛି ତାହାର କିଛି ଖବର ମିଳିନାହିଁ ।