ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତିମୁଖ୍ୟ ଖବର
ରାତି ପାହିଲେ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଶ୍ରୀଜିଉ
ରାତି ପାହିଲେ ବାହୁଡା ଯାତ୍ରା । ଶ୍ରୀଗୁଣ୍ଡିଚା ମନ୍ଦିରରୁ ସମସ୍ତ ଲୀଳା ଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଚତୁର୍ଦ୍ଧା ମୁର୍ତ୍ତି । ଆଜି ଅପରାହ୍ନ ୪ଟା ଯାଏ ନବମୀ ସନ୍ଧ୍ୟା ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଏହାପରେ ଦର୍ଶନ ବନ୍ଦ୍ ରହିବ । ଏଥିପାଇଁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଜମିଛି।
ରଥଯାତ୍ରା ଭଳି ବାହୁଡ଼ା ଯାତ୍ରାରେ ମଧ୍ୟ ସମୟ ପୂର୍ବରୁ ସମସ୍ତ ନୀତିକାନ୍ତି ସମାପ୍ତ କରାଯିବା ନେଇ ଜିଲ୍ଲାପାଳଙ୍କ ସହ ଦଇତାପତି ନିଯୋଗର ଆଲୋଚନା ସରିଛି । ଚଳିତ ବର୍ଷ ସୁନାବେଶରେ ପ୍ରବଳ ଜନସମାଗମ ହେବାର ସମ୍ଭାବନାକୁ ଦୃଷ୍ଟିର ରଖି ରାତି ଗୋଟାଏ ଯାଏଁ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି।
ସୂଚନା ଥାଉ କି ,ଏଥର ସୁନାବେଶ ସମୟରେ ତିନି ବିଗ୍ରହଙ୍କ ସମ୍ମୁଖରେ କୌଣସି ସେବାୟତ ଉପସ୍ଥିତ ରହିବେ ନାହିଁ । ଏହାସହିତ ତିନି ରଥର ଉଭୟ ପାର୍ଶ୍ୱରେ ପାଇପ୍ ଲଗାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି।