
କୋଚି: ଦିନ ଦିପ୍ରହରେ ସର୍ବସମ୍ମୁଖରେ ମହିଳାଙ୍କୁ କଟୁରୀରେ ଆକ୍ରମଣ। ଆଜି ସକାଳେ କେରଳର କୋଚିରେ ରାସ୍ତାରେ ଜଣେ ମହିଳାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ କହିବା ଅନୁଯାୟୀ, ଆଜି ସକାଳ ପ୍ରାୟ ୧୧ଟା ରେ କାଲୋରର ଆଜାଦ ରୋଡରେ ଏହି ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ ଯୁବକ-ଯୁବତୀ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଯୁବକ ଜଣକ ଯୁବତୀଙ୍କୁ ଆକ୍ରମଣ କରିଥିଲେ। ଏହି ଧାରୁଆ ଅସ୍ତ୍ରରେ ଯୁବକ ଜଣକ ଯୁବତୀଙ୍କ ବେକରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ।
କିନ୍ତୁ ଯୁବତୀ ଜଣକ ମୁକାବିଲା କରି ବର୍ତ୍ତି ଯାଇଥିଲେ। ଏହି ଆକ୍ରମଣରେ ଯୁବତୀଙ୍କ ହାତରେ ଆଘାତ ଲାଗିଛି। ଏହା ପରେ ଯୁବକ ଜଣକ ନିଜ ମୋଟରସାଇକେଲ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। । ଆହତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଘଟଣାସ୍ଥଳରେ ଧାରୁଆ ଅସ୍ତ୍ରଟି ପଡ଼ି ରହିଥିବା ବେଳେ ସେଥିରେ ରକ୍ତ ଛିଟା ଲାଗିଥିବା ଜଣାପଡ଼ିଛି। ପୁଲିସ ଏହି କଟୁରୀକୁଟିକୁ ଜବତ କରିଛି। ଘଟଣାସ୍ଥଳର ସିସିଟିଭିକୁ ଯାଞ୍ଚ କରି ପୁଲିସ ତଦନ୍ତ ଆରମ୍ଭ କରିଛି। କେଉଁ କାରଣ ପାଇଁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏବଂ ଆକ୍ରମଣକୁ ନେଇ ପୁଳିସ ଏହାର ତଦନ୍ତ ଚଳାଇଛି।