ନୂଆଦିଲ୍ଲୀ: ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଛୁରୀ ଭୁସି ହତ୍ୟା । ଏଭଳି ଅମାନବୀୟ ଘଟଣା ଘଟିଛି ଗୁରୁଗାଓଁ ନାଥୁପୁର ଅଞ୍ଚଳରେ ଠାରେ । ଜଣେ ୨୪ ବର୍ଷୀୟ ମହିଳାଙ୍କ ସହ ୨ ଜଣ ଲୋକ ଦୁଷ୍କର୍ମ କରିବା ପରେ ତାଙ୍କୁ ଜୀବନରୁ ମାରିଦେବା ଉଦ୍ଦ୍ୟଶରେ ଛୁରୀ ଭୁସିଦେଇଛନ୍ତି । ସେ ବର୍ତ୍ତମାନ ମରଣ ସହ ଲଢେଇ କରୁଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ ।
ପୀଡିତାଙ୍କ ସ୍ୱାମୀଙ୍କ କହିବା ମୁତାବକ , ଗତ ସୋମବାର ରାତିରେ ତାଙ୍କ ପତ୍ନୀ ଫୋନ୍ କରି କାନ୍ଦି କାନ୍ଦି କହିଥିଲେ ଯେ ୨ ଜଣ ଅଜଣା ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିବା ସହ ଛୁରୀ ଭୁସି ଦେଇଛନ୍ତି । ତୁମେ ଯଥାଶୀଘ୍ର ଘରକୁ ଆସ । ମୁଁ ଘରକୁ ଫେରିବା ବେଳେ ସ୍ତ୍ରୀ ରକ୍ତାକ୍ତ ଅବସ୍ଥାରେ ନଗ୍ନ ହୋଇ ତଳେ ପଡ଼ିଥିଲେ । ସେ କହିଥିଲେ ଯେ ତାଙ୍କ ସହ ୨ ଜଣ ଲୋକ ବଳାତ୍କାର କରିଛନ୍ତି ଓ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଛୁରୀ ଭୁସି ଦେଇଛନ୍ତି ।
ଏହାପରେ ତୁରନ୍ତ ପୀଡ଼ିତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସହାୟତାରେ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୋଲିସର କହିବାନୁସାରେ, ପୀଡ଼ିତା ଏବେ ବୟାନ ଦେବା ସ୍ଥିତିରେ ନାହାନ୍ତି । ତାଙ୍କ ଅବସ୍ଥା ବର୍ତ୍ତମାନ ସାଂଘାତିକ ଅଛି । ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଧରା ପଡିଥିବାବେଳେ ଅନ୍ୟ ଜଣେ ଫେରାର୍ ଅଛି । ଗୁରୁଗ୍ରାମ୍ ପୋଲିସ କମିଶନର କଳା ରାମଚନ୍ଦ୍ରନ କହିଛନ୍ତି-ଆମେ ଜଣେ ଅଭିଯୁକ୍ତକୁ ଗିରଫ କରିଛୁ ଓ ଏବେ ତାକୁ ପଚରାଉଚରା କରୁଛୁ । ଖୁବ୍ ଶୀଘ୍ର ଅନ୍ୟ ଜଣଙ୍କୁ ବି ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ପୋଲିସ ।