ଦୀର୍ଘ ୨୦୦ ବର୍ଷ ଧରି ବ୍ରିଟିଶମାନେ ଭାରତକୁ ନିଜ ନିୟନ୍ତ୍ରଣରେ ରଖିଥିଲେ । ଦେଶରେ ଚାଲିଥିବା ବ୍ରିଟିଶ ରାଜ୍ । ତେବେ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ସ୍ୱାଧିନ ହୋଇଥିଲା ଭାରତ । ହଜାର ହଜାର ସଂଗ୍ରାମୀଙ୍କ ବଳିଦାନ ବ୍ୟର୍ଥ ଯାଇନଥିଲା ।ପ୍ରକୃତରେ ୧୯୨୯ରୁ ସ୍ୱାଧିନତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତତ୍କାଳୀନ କଂଗ୍ରେସ ସଭାପତି ଜବାହାରଲାଲ ନେହେରୁ ପୂର୍ଣ୍ଣ ସ୍ବରାଜ ଦାବି କରିଥିଲେ । ତୁରନ୍ତ ସେତେବେଳେ ଜାନୁଆରୀ ୨୬କୁ ସ୍ୱାଧିନତା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ୧୯୩୦ରୁ ଦେଶ ସ୍ୱାଧିନ ହେବା ଯାଏଁ ଏହି ଦିନକୁ ସ୍ୱାଧିନତା ଦିବସ ଭାବେ ପାଳନ କରାଯାଉଥିଲା । ପରେ ୧୯୫୦ରୁ ଜାନୁଆରୀ ୨୬କୁ ଗଣତନ୍ତ୍ର ଭାବେ ପାଳନ କରଗଲା ।
କିପରି ଅଗଷ୍ଟ ୧୫କୁ କୁହାଗଲା ସ୍ୱାଧିନତା ଦିବସ
ଲର୍ଡ ମାଉଣ୍ଟବାଟେନ୍ ବ୍ରିଟିଶ ସଂସଦରେ ଭାରତକୁ ଜୁନ ୩୦, ୧୯୪୮ ପୂର୍ବରୁ ସ୍ୱାଧିନତା ଦେବାକୁ ମତାମତ ଦେଇଥିଲେ ।ପରେ ମାଉଣ୍ଟବାଟେନ୍ ୧୯୪୭ ଅଗଷ୍ଟରେ ଭାରତକୁ ପୂର୍ଣ୍ଣ ସ୍ୱରାଜ ଦେବାକୁ ନିଷ୍ପତ୍ତି ନେଇଥିଲେ । ତେବେ ତାରିଖ ଘୋଷଣା ହେଲେ ଦେଶରେ ଦଙ୍ଗା କିମ୍ବା ହିଂସା ସୃଷ୍ଟି ହେବାର ମଧ୍ୟ ଆଶଙ୍କା ରହିଥିଲା । ଏହାସହ ଜୁଲାଇ ୪ ତାରିଖରେ ବ୍ରିଟିଶ ସଂସଦରେ ଭାରତ ସ୍ୱାଧିନତା ବିଲ୍ ଆଗତ କରାଯାଇଥିଲା । ଏଥିରେ ଅଗଷ୍ଟ ୧୫ରେ ଭାରତ ଓ ପାକିସ୍ତାନକୁ ସ୍ୱାଧନ ରାଷ୍ଟ୍ର ଘୋଷଣା ନେଇ ଉଲ୍ଲେଖ ରହିଥିଲା ।ଆହୁରି ମଧ୍ୟ ଅଗଷ୍ଟ ୧୪ ମଧ୍ୟ ରାଚ୍ରରେ ସ୍ୱାଧିନତା ପ୍ରଦାନ ପାଇଁ ବ୍ରିଟିଶ ପାର୍ଲିଆମେଣ୍ଟରେ ନିଷ୍ପତ୍ତି ନିଆଯାଇଥିଲା । ସେବେଠାରୁ ଅଗଷ୍ଟ ୧୫କୁ ଭାରତବାସୀ ସ୍ୱାଧିନତା ଦିବସ ଭାବେ ପାଳନ କରୁଛନ୍ତି ।