ନୂଆଦିଲ୍ଲୀ : ଦିଲ୍ଲୀରେ ବୃଦ୍ଧି ପାଇବ ଅଟୋ ଏବଂ ଟ୍ୟାକ୍ସି ଭଡା । ରାଜଧାନୀ ଦିଲ୍ଲୀରେ ତିନି ଚକିଆ ଗାଡି ପାଇଁ ପ୍ରତି କିଲୋମିଟରରେ ଭଡା ଦେଢ ଟଙ୍କା ଏବଂ ଟ୍ୟାକ୍ସି ପାଇଁ ବେସ୍ ଫେୟାରରେ ୧୫ ଟଙ୍କା ବୃଦ୍ଧି ପ୍ରସ୍ତାବ ଆସିଛି । ଭଡାରେ ଏହି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ଏନେଇ ଅଧିକାରୀ ସୂଚନା ଦେଇଛନ୍ତି ।
ଅଧିକାରୀଙ୍କ କହିବା ଅନୁଯାୟୀ, ଭଡାରେ ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି ସିଏନଜିର ଦାମରେ ବୃଦ୍ଧି । ଅଟୋ ରିକ୍ସା ପାଇଁ ମିଟର ଡାଉନ ଶୁଳ୍କ ପୂର୍ବ ତୁଳନାରେ ୨୫ ଟଙ୍କା ବେସ୍ ଫେୟାରରୁ ବୃଦ୍ଧି କରି ୩୦ ଟଙ୍କା କରିଦିଆଯିବ ଏବଂ ଏହା ବ୍ୟତୀତ ପ୍ରତି କିଲୋମିଟର ସାଢେ ୯ ଟଙ୍କା ବଦଳରେ ୧୧ ଟଙ୍କା ଟଙ୍କା ଭଡା ଆଦାୟ କରାଯିବ । ଏହି ପ୍ରକାରେ ଟ୍ୟାକ୍ସି ପାଇଁ ମିଟର ଡାଉନ ଶୁଳ୍କ ଏବେ ୨୫ ଟଙ୍କା ବଦଳରେ ୪୦ ଟଙ୍କା ହେବ । ସେହି ଭଳି ଅଣ ଟ୍ୟାକ୍ସି ପାଇଁ ପ୍ରତି କିଲୋମିଟର ୧୪ ଟଙ୍କା ବଦଳରେ ୧୭ ଟଙ୍କା ଏବଂ ଏସି ଟ୍ୟାକ୍ସି ପାଇଁ ୧୬ ଟଙ୍କା ବଦଳରେ ୨୦ ଟଙ୍କା ଦେବାକୁ ହେବ ।