Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଆସନ୍ତାକାଲିଠାରୁ ସାରା ଭାରତରେ ଲାଗୁ ହେବ ଆୟୁଷ୍ମାନ ଭାରତ ୭୦+

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ବହୁ ଆକାଂକ୍ଷିତ ଆୟୁଷ୍ମାନ ଭାରତ ଯୋଜନା ଆସନ୍ତା ୨୯ତାରିଖରୁ ରାଜ୍ୟରେ କାର୍ଯ୍ୟକାରୀ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସିରେ ଓଡ଼ିଶାରେ ଏହି ଯୋଜନାର ଶୁଭାରମ୍ଭ କରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆସନ୍ତା ୨୯ ତାରିଖରେ ଆୟୁଷ୍ମାନ ଭାରତ ଯୋଜନା ସମେତ ଜଟଣୀରେ ଆୟୁର୍ବେଦ ଓ ନେଚରପାଥି ହସ୍ପିଟାଲକୁ ଉଦ୍‌ଘାଟନ କରିବେ। ଏହି ବୃହତ୍‌ ହସ୍‌ପିଟାଲ ୨୧ ଏକର ଜମିରେ ନିର୍ମାଣ ହୋଇଛି। ସେହିପରି ଗୋଠପାଟଣାରେ ସେଣ୍ଟ୍ରାଲ ଅକ୍ସ ଟେଷ୍ଟିଂ ୟୁନିଟ୍‌, ବରଗଡ଼ରେ କ୍ରିଟିକାଲ ହେଲ୍‌ଥ କେୟାର ୟୁନିଟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନ ହେବ ବୋଲି ସେ କହିଛନ୍ତି। ଓଡ଼ିଶା ସମେତ ଦେଶର ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

Show More

Related Articles

Back to top button