Breaking PLUSଓଡ଼ିଶାମୁଖ୍ୟ ଖବର
ମେୟରଙ୍କୁ ଟାର୍ଗେଟ୍ କଲେ ବିଜେପି ବିଧାୟକ ବାବୁ ସିଂ

ଭୁବନେଶ୍ୱର, 27 ଫେବୃୟାରୀ – ମେୟରଙ୍କୁ ଟାର୍ଗେଟ୍ କଲେ ବିଜେପି ବିଧାୟକ ବାବୁ ସିଂ । ଠାକୁରଙ୍କ କାମକୁ ନେଇ ରାଜନୀତି କରାନଯାଉ ବୋଲି ବାବୁ ସିଂ କହିଛନ୍ତି । କାଦୁଅ ଫିଙ୍ଗା ରାଜନୀତି ବନ୍ଦ କରନ୍ତୁ। ମେୟର କଣ ପ୍ରଶାସନ ର ଅଂଶ ନୁହଁନ୍ତି କି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ? ମେୟର କାଲି ମୋ ସହିତ ଲିଙ୍ଗରାଜ ମନ୍ଦିରରେ ପାଖାପାଖି ଦୁଇ ଘଣ୍ଟା ଥିଲେ। ବ୍ୟବସ୍ଥାର ତଦାରଖ ବି କରୁଥିଲେ। ଯଦି ତାଙ୍କ ନଜରରେ ତ୍ରୁଟି ଦେଖାଗଲା ତାହାଲେ ସେ କହିଲେନି କାହିଁକି? ଠାକୁରଙ୍କ କାମକୁ ନେଇ ରାଜନୀତି କରାନଯାଉ। ବିରୋଧୀ କେବଳ ବସି ନାହାଁନ୍ତି ଆଙ୍ଗୁଠି ଦେଖାଇବା ପାଇଁ। ଦଳ ମତ ନିର୍ବିଶେଷରେ ସମସ୍ତେ ସହଯୋଗ କରିବା କଥା। କେଉଁ ନିଯୋଗ ଭିତରେ ଫାଟ ଥିଲା ମୁଁ ଅବଗତ ନାହିଁ ବୋଲି ବାବୁ ସିଂ କହିଛନ୍ତି ।