Breaking PLUSମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ମମତାଙ୍କ କ୍ୟାବିନେଟରେ ସାମିଲ ହେଲେ ବାବୁଲ ସୁପ୍ରିଓ

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାକୁ ନେଇ ଚାପରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତାଙ୍କ କ୍ୟାବିନେଟକୁ ସଂପ୍ରସାରଣ କରିଛନ୍ତି। ମମତାଙ୍କ ମନ୍ତ୍ରିମଣ୍ଡଳରେ ୫ ଜଣ ନୂଆ ଚେହେରାଙ୍କୁ କ୍ୟାବିନେଟ ପଦ ମିଳିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ବାବୁଲ ସୁପ୍ରିଓ। ବିଜେପିର ପୂର୍ବତନ ସାଂସଦ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କୁ ମମତା କ୍ୟାବିନେଟରେ ସାମିଲ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗତବର୍ଷ ବାବୁଲ ସୁପ୍ରିଓ ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ। ଏହାପରେ ସେ ଟୋଲିଗଞ୍ଜ ଉପ ନିର୍ବାଚନରେ ବାଜିମାତ କରି ବିଧାନସଭାକୁ ଯାଇଥିଲେ। ଏବେ ମମତା ବାନାର୍ଜୀ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ କରିଛନ୍ତି। କିଛି ଦିନ ପୂର୍ବରୁ ମମତା ତାଙ୍କର ଅତ୍ୟନ୍ତ ଘନିଷ୍ଠ କୁହାଯାଉଥିବା ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଥିଲେ। ତାଙ୍କୁ ମନିଲଣ୍ଡରିଂ ମାମଲାରେ ଇଡି ଗିରଫ କରିଛି। ଏହି ଘଟଣା ପରେ ହିଁ ଆଜି ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ବାବୁଲଙ୍କ ବ୍ୟତୀତ ସ୍ନେହାଶିଷ ଚକ୍ରବର୍ତ୍ତୀ, ପାର୍ଥ ଭୌମିକ, ଉଦୟନ ଗୁହା ଓ ପ୍ରଦୀପ ମଜୁମଦାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହ୍ନାଶିଷ ଦଳର ମୁଖପାତ୍ର ରହିଥିବା ବେଳେ ହୁଗୁଳି ଜିଲ୍ଲାର ଟିଏମସି ମୁଖ୍ୟ ଭାବେ କାମ କରୁଥିଲେ। ପାର୍ଥ ଭୌମିକି ହେଲେ ୩ଥରର ବିଧାୟକ। ଉଦୟନ ଗୁହା ୨୦୧୬ ଟିଏମସିରଆ ଯୋଗ ଦେଇଥିଲେ।

 

Show More

Related Articles

Back to top button