Breaking PLUSମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

ଭୁବନେଶ୍ୱର ଫେରିଲେ ବାବୁସାନ

ଘରକୁ ଫେରିଲେ ବବୁସାନ୍। ବାବୁସାନ୍‍-ତୃପ୍ତି-ପ୍ରକୃତି କଳିରେ ଯୋଡ଼ି ହୋଇଛି ଆଉ ଏକ ଅଧ୍ୟାୟ। ଉଭୟ ପରିବାର ଏହି କଳିକୁ ନେଇ ପ୍ରଶ୍ନର କାଠଗଡ଼ାରେ ଠିଆ ହୋଇଥିବାବେଳେ ପ୍ରକୃତି ମିଶ୍ର ଓ ବାବୁସାନ ମହାନ୍ତି ଭୁବନେଶ୍ୱର ଫେରି ଆସିଛନ୍ତି। ପ୍ରକୃତି ନିଜ ପରିବାର ସହ ଗତକାଲି ସକାଳେ ଓ ବାବୁସାନ ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ବାବୁସାନ୍‌ ପହଞ୍ଚିବା କ୍ଷଣି ସେଠାରେ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଥିଲା । ହେଲେ ଗଣମାଧ୍ୟମ ସାମ୍ନାରେ କିଛି ପ୍ରତିକ୍ରିୟା ନରଖି ସିଧାସଳଖ ଘର ଅଭିମୁଖେ ଚାଲି ଯାଇଛନ୍ତି ବାବୁ । ବର୍ତ୍ତମାନ ସେ ଘରେ ପହଞ୍ଚି ସାରିଛନ୍ତି । ସୂଚନା ଅନୁଯାୟୀ, ପ୍ରକୃତି ଚେନ୍ନାଇରୁ ଫେରିଥିବା ନେଇ ପରିବାର ଲୋକେ ପୁଲିସକୁ ଅବଗତ କରିଥିଲେ । ପରେ ଖାରବେଳନଗର ଥାନା ଅଧିକାରୀ ଏବଂ ଜଣେ ମହିଳା ତଦନ୍ତକାରୀ ଅଧିକାରୀ ଗତକାଲି ଦିନ ୧୨ଟା ସମୟରେ ସତ୍ୟବିହାରସ୍ଥିତ ପ୍ରକୃତିଙ୍କୁ ଜେରା କରିଥିଲା। ଏକ ଘଣ୍ଟା ଧରି ପ୍ରକୃତି ମିଶ୍ରଙ୍କୁ ମାମଲା ସମ୍ପର୍କରେ ପୁଲିସ ଅଧିକାରୀ ଦ୍ୱୟ ପଚରାଉଚରା କରିଥିଲେ। ପଚରାଉଚରା ସମୟରେ ତାଙ୍କ ସହ ବାପା ମନ୍ମଥ ମିଶ୍ର, ମାଆ କୃଷ୍ଣପ୍ରିୟା ମିଶ୍ର ମଧ୍ୟ ଉପସ୍ଥିତ ରହିଥିଲେ। ବର୍ତ୍ତମାନ ବାବୁସାନଙ୍କ ପାଳି । ବାବୁସାନଙ୍କୁ ପାଚରାଉଚରା କରିବ ପୋଲିସ ।

Show More

Related Articles

Back to top button