Breaking PLUSମୁଖ୍ୟ ଖବରସ୍ୱତନ୍ତ୍ର

ଏଣିକି ଯାତ୍ରୀବାହୀ ଟ୍ରେନ୍‌ରେ ଶିଶୁଙ୍କ ପାଇଁ ବେବି ବର୍ଥର ବ୍ୟବସ୍ଥା

ନୂଆଦିଲ୍ଲୀ: ଟ୍ରେନ୍‌ରେ ଛୋଟ ପିଲାଙ୍କୁ ନେଇ ଯାତ୍ରା କରୁଥିବା ମାଆମାନଙ୍କୁ ଏଣିକି ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଏହାର କାରଣ ହେଉଛି ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀବାହୀ ଟ୍ରେନ୍‌ରେ ଶିଶୁଙ୍କ ପାଇଁ ବେବି ବର୍ଥର ବ୍ୟବସ୍ଥା କରାଯାଉଛି । ଆନ୍ତର୍ଜାତିକ ମାତୃଦିବସ ଉପଲକ୍ଷେ ଚଳିତମାସ ୮ରେ ରେଳବାଇ ପକ୍ଷରୁ କେତେକ ଟ୍ରେନ୍‌ରେ ଏଭଳି କୁନି ବର୍ଥର କାର୍ଯ୍ୟକାରିତାକୁ ପରୀକ୍ଷଣ କରାଯାଇଛି । ଯଦି ଯାତ୍ରୀଙ୍କଠାରୁ ସକରାତ୍ମକ ସୂଚନା ମିଳେ, ତେବେ ଆଗାମୀ ଦିନରେ ସବୁ ଯାତ୍ରୀବାହୀ ଟ୍ରେନ୍‌ରେ ଏଭଳି ସ୍ୱତନ୍ତ୍ର ବର୍ଥର ବ୍ୟବସ୍ଥା କରାଯିବ ବୋଲି ରେଳବାଇ କର୍ତ୍ତୃପକ୍ଷ କହିଛନ୍ତି । ଲୋୟର (ସେବା ତଳ) ବର୍ଥ ସଂଲଗ୍ନ ଏହି ସ୍ୱତନ୍ତ୍ର ବର୍ଥଟିକୁ ଭଙ୍ଗାଭଙ୍ଗି (ଫୋଲଡିଙ୍ଗ୍‌) ଅବସ୍ଥାରେ ରଖାଯାଇଥାଏ । ଶିଶୁମାନେ ଯେପରି ପଡିନଯିବେ, ସେଥିପାଇଁ ଏହି ବର୍ଥରେ ବ୍ୟବସ୍ଥା ମଧ୍ୟ କରାଯାଇଛି । ଭାରତୀୟ ଟ୍ରେନ୍‌ରେ ସାଧାରଣ ବର୍ଥର ଚଉଡା କମ ରହୁଥିବାରୁ ଶିଶୁଙ୍କୁ ପାଖରେ ନେଇ ଶୋଇବା ବେଲେ ପ୍ରତ୍ୟେକ ମହିଳାଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ । ଏହି ଅସୁବିଧା ଦୂର କରିବାକୁ ରେଳବାଇ ଇଂଞ୍ଜିନିୟରମାନେ ଏହି ଆଇଡିଆଟିକୁ କାର୍ଯ୍ୟକାରୀ କରିଛନ୍ତି ।

Show More

Related Articles

Back to top button