ଅରୁଣାଚଳ ପ୍ରଦେଶରେ ବଡଧରଣର ଅଗ୍ନିକାଣ୍ଡ । ମଙ୍ଗଳବାର ସକାଳ ପ୍ରାୟ ୪ଟା ସମୟରେ ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରର ଏକ ଦୈନିକ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ଫଳରେ ସେଠାରେ ୭୦୦ରୁ ଉର୍ଦ୍ଧ୍ବ ଦୋକାନ ଘର ଜଳିପୋଡି ଛାରଖାର ହେବା ସହ କୋଟି କୋଟି ଟଙ୍କାର କ୍ଷତି ହୋଇଛି। ତେବେ ନିଆଁ କିପରି ଲାଗିଲା ,ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ ।
ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ, ଇଟାନଗର ଠାରୁ ୧୪ କିମି ଦୂରରେ ଅବସ୍ଥିତ ପୁରଣା ନାହରଲଗୁନ ଦୈନିକ ବଜାରରେ ଏହି ଅଗ୍ନିକାଣ୍ଡ ଘଟିଛି। ସକାଳ ପ୍ରାୟ ୪ ଟା ବେଳେ ନିଆଁ ଲାଗିଥଲା। ଫଳରେ ଏହି ବଜାରରେ ଥବା ପ୍ରାୟ ୭୦୦ରୁ ଅଧିକ ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ ଏଥିରେ କେହି ମୃତାହତ ହେବାର ସୂଚନା ମିଳିନାହିଁ। କୁହାଯାଉଛି ଘଟଣାର ସୂଚନା ମିଳିବା ପରେ ଦମକଳବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାଂଶ ଦୋକାନ ବାଉଁଶ ଏବଂ କାଠରେ ତିଆରି ହୋଇଥିବା କାରଣୁ ନିଆଁ ତୀବ୍ର ଭାବରେ ବ୍ୟାପିଥିଲା।