Breaking PLUSଓଡ଼ିଶାମୁଖ୍ୟ ଖବର
ବାଲେଶ୍ବର ରୁରାଲ୍ ୱାର୍କସ ମୁଖ୍ୟଯନ୍ତ୍ରୀ ଏନ୍ଭି ହରିହର ରାଓ ଗିରଫ

ଭୁବନେଶ୍ୱର- ବାଲେଶ୍ବର ରୁରାଲ୍ ୱାର୍କସ ମୁଖ୍ୟଯନ୍ତ୍ରୀ ଏନ୍ଭି ହରିହର ରାଓ ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ ।କାଲି ରାଓଙ୍କ ବିଭିନ୍ନ ସ୍ଥାନରେ ରେଡ୍ କରି ବିପୁଳ ସଂପତ୍ତି ପାଇଥିଲା ଭିଜିଲାନ୍ସ । ବ୍ରହ୍ମପୁରରେ ସଂପର୍କୀୟଙ୍କ ଘରୁ 46.45 ଲକ୍ଷ ଟଙ୍କା, 2ଟି ବିଲ୍ଡିଂ, ଗୋଟିଏ ଫ୍ଲାଟ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ଦୁଇଟି ବେନାମୀ ଫ୍ଲାଟ, 5ଟି ପ୍ଲଟ, 3.42 କୋଟିର ଡିପୋଜିଟ, 510 ଗ୍ରାମ ସୁନାଳଙ୍କାର ପାଇଥିଲା ଭିଜିଲାନ୍ସ ।